କଫିରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

ସାଧାରଣତଃ ଅଧିକାଂଶ ଲୋକ ସକାଳ ଜଳଖିଆରେ କଫି ପିଇବାକୁ ପସନ୍ଦ କରନ୍ତି । ଯାହା ଶରୀରର ଥକ୍କା ପଣ ଦୂରେଇବାରେ ସାହାର୍ଯ୍ୟ କରିଥାଏ । ଅପରପକ୍ଷେ କଫିକୁ ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ । କଫି ଗୁଣ୍ଡ ଏକ ଉତ୍ତମ ସ୍କ୍ରବ ତଥା ପ୍ୟାକ ଭାବେ ତ୍ୱଚା ପାଇଁ କାମ କରୁଥିବାର ବିଶେଷଜ୍ଞଙ୍କ ମତ । ନିୟମିତ କଫିକୁ ସ୍ନାନ ସମୟରେ ବ୍ୟବହାର କଲେ, ଏହା ବ୍ୟୁଟି ପାର୍ଲର ଫେସିଆଲଠାରୁ ଅଧିକ କାମ କରିଥାଏ ।

– କଫିର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ବେଳେ ନଡ଼ିଆ ତେଲ ସହ ୨ ଚାମଚ କଫି ମିଶାଇ ଏକ ମିଶ୍ରଣ ତିଆରି କରି ହାତ, ପାଦ, ମୁହଁ ଓ ବେକ ଏସବୁ ସ୍ଥାନରେ ଏହି ପ୍ୟାକ୍‌ ଲଗାଇ ୧୫-୨୦ ମିନିଟ ଛାଡ଼ିଦେବେ । ପରେ ଭଲ ଭାବେ ମାଲିସ କରି ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇବେ । ତ୍ୱଚାରେ କୋମଳତା ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ୍‌ ।

– ତ୍ୱଚାରୁ ସମସ୍ତ ଦାଗ ଦୂର ପରିବା ପାଇଁ ଘରୋଇ ଉପାୟରେ କଫି ଫେସିଆଲ କରି ପାରିବେ । କୌଣସି ପାର୍ଟି ପାଇଁ ସଜବାଜ ହେଉଥିଲେ କଫି ସ୍କ୍ରବ ବ୍ୟବହାର କରି ମେକଅପ କରନ୍ତୁ । ଏପରି କଲେ ତ୍ୱଚାରେ ଚମକ ଆସିଥାଏ ।

– କଫି ସ୍କ୍ରବ ପ୍ରସ୍ତୁତି ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଏକ ଛୋଟ ଚାମଚ କଫି ଗୁଣ୍ଡ ନିଅନ୍ତୁ । ଏବେ ସେଥିରେ ଅଳ୍ପ ପରିମାଣରେ ଚାଉଳ ଗୁଣ୍ଡ ମିଶାଇବେ । ୨ ଛୋଟ ଚାମଚ କଞ୍ଚା କ୍ଷୀର, ୧ ଛୋଟ ଚାମଚ ଲେମ୍ବୁ ରସ, ୧ ଛୋଟ ଚାମଚ ମହୁ ମିଶାଇ ତ୍ୱଚାରେ ପ୍ୟାକ୍‌ ଭଳି ଲଗାଇ କିଛି ସମୟ ପରେ ଧୋଇ ନିଅନ୍ତୁ ।
କଫି ଗୁଣ୍ଡରେ ଆପଣ ଅଲିଭ ତେଲ ଓ କାକୁଡ଼ି ରସ ମିଶାଇ ତ୍ୱଚାରେ ପ୍ୟାକ୍‌ ଭଳି ଲଗାଇପାରିବେ । ୧୫ ମିନିଟ ପରେ ପାଣି ଅଳ୍ପ ହାତରେ ନେଇ ତ୍ୱଚାରେ ମାଲିସ କରିବେ । ଏହା ପରେ ନଖ ଉଷୁମ ପାଣିରେ ଧୋଇଦେବେ ।

Comments are closed.