ଗାଧଉ ଗାଧଉ ସମୁଦ୍ରରେ ଭାସିଗଲେ ଯୁବକ

ପୁରୀ ଅଫିସ: ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇଛନ୍ତି ଜଣେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଲାଇଫ୍‌ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରିରହିଛି।

ଖବର ଅନୁଯାୟୀ, ରବିବାର ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫ୍‌ ଗାର୍ଡମାନେ ଜେଟ୍‌ ସ୍କି ମାଧ୍ୟମରେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନାହିଁ।

Comments are closed.