ବିସିସିଆଇର ବଡ ଘୋଷଣା, ଜାଣନ୍ତୁ କଣ

ଧନୀ ହେବେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା କ୍ରିକେଟର। ମିଳିବ ଅଧିକ ଟଙ୍କାର ମ୍ୟାଚ୍‌ ଫି’। ଲକ୍ଷେ କି ଦୁଇ ଲକ୍ଷେ ନୁହେଁ, ମ୍ୟାଚ୍‌ ଫି’ ବ୍ୟତୀତ ସେମାନଙ୍କୁ ୪୫ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ।

ଆଜି ଇଂଲଣ୍ଡକୁ ୫ମ ଟେଷ୍ଟରେ ଭାରତ ହରାଇବା ସହ ୪-୧ରେ ସିରିଜ କବଜା କରିଛି। ଘରୋଇ ମାଟିରେ ୨୦୧୨ ପରଠାରୁ ଭାରତ ଜାରି ରଖିଥିବା ସିରିଜ ବିଜୟର ଧାରା ମଧ୍ୟ ଅତୁଟ ରହିଛି। ଇଂଲଣ୍ଡକୁ ୫ମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଓ ୬୪ ରନରେ ହରାଇବା ପରେ ବିସିସିଆଇ ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛି।

ବିସିସିଆଇ ପକ୍ଷରୁ କ୍ରିକେଟରଙ୍କ ପାଇଁ ଟେଷ୍ଟ କ୍ରିକେଟ ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି। ଅଧିକ ସଂଖ୍ୟାରେ ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ବିସିସିଅଇ କହିଛି।

ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ମ୍ୟାଚ୍‌ ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ଏବେ ବିସିସିଆଇ ଜଣେ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ଦେଉଛି।

Comments are closed.