ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି
କୋଲକାତା, ୨ା୧: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ସକାଳେ ଏକ ଜିମ୍ରେ ବ୍ୟାୟାମ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ କଲକାତାର ଉଡଲାଣ୍ଡସ ମଲଟି ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ହାର୍ଟ ଆଟାକ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ସୂଚନା ମିଳିଛି ।
ତେବେ ଗାଙ୍ଗୁଲିଙ୍କର ଆଜି ଆଞ୍ଜିଓପ୍ଲାଷ୍ଟି କରାଯିବ। ଏଥିପାଇଁ ହସ୍ପିଟାଲ ପକ୍ଷରୁ ଡା. ସରୋଜ ମଣ୍ଡଳଙ୍କ ନେତୃତ୍ଵରେ ୩ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବ ଏବଂ ଏହାପରେ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିବେ ବୋଲି ସୂଚନା ମିଳିଛି।
Comments are closed.