ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର : ବର୍ଷା ଅନୁଭବ ବିବାଦ ମାମଲା। ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ବର୍ଷା । ଅପମାନଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ହେଲେ କୋର୍ଟଙ୍କ ଦ୍ଵାରସ୍ଥ । ମାମଲା ବିଚାରାଧିନ ଥିବା ବେଳେ ସାମଜିକ ଗଣମାଧ୍ୟମରେ ଚର୍ଚ୍ଚା ତାଙ୍କ ମର୍ଯ୍ୟାଦା ହାନୀ କରୁଥିବା ପିଟିସନରେ ଉଲ୍ଲେଖ । ତାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଅପମାନଜନ ପୋଷ୍ଟ ହେଉଥିବା ନେଇ ଅଦଲତଙ୍କୁ ଅବଗତ କରାଇଛନ୍ତି ବର୍ଷା । ତେବେ ଏନେଇ ଆଜି ଶୁଣାଣି ହୋଇପାରେ।
ବର୍ଷା ଅନୁଭବ ଘରୋଇ ହିଂସା ମାମଲା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ପାରବାରିକ ବିବାଦର ସମାଧାନ ପାଇଁ ଆଇନ ବିଧିଵ୍ୟଵସ୍ଥାରେ ପାରିବାରିକ ଅଦାଲତରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ କରାଯାଉଥିଲା ବିଚାର ପକ୍ରିୟା । କାରଣ ଏହା ସହିତ ଜଡିତ ଥିଲା ଦୁଇ ପରିବାର ଆତ୍ମସମ୍ମାନ,ପ୍ରତିଷ୍ଠା ତଥା କିଛି ଅକୁହା କଥା । ମାତ୍ର ସବୁ ସୀମା ଲଙ୍ଘନ କରିଛି ବର୍ଷା ଅନୁଭବ ପାରିବାରିକ ବିବାଦ ।
Comments are closed.