ବର୍ଷାଙ୍କ ଏତଲାର ତଥ୍ୟ ମାଗିଲେ ସାଇବର ଥାନା

ଭୁବନେଶ୍ୱର : ସାଇବର ଥାନାରେ ବର୍ଷା ଦେଇଥିବା ଏତଲାର ତଥ୍ୟ ମାଗିଛନ୍ତି ସାଇବର ଥାନା । ଫେସବୁକକୁ ଚିଠି ଲେଖି କଟକ ସାଇବର ଥାନା ପୋଲିସ୍ ଏତଲାର ତଥ୍ୟ ମାଗିଛନ୍ତି । ଫେସବୁକ୍ରେ ଥିବା ‘ଅନୁଭବ ମହାନ୍ତି ରିୟଲ ହିରୋ ଅଫ କେନ୍ଦ୍ରାପଡା’ ଆକାଉଣ୍ଟର ସବିଶେଷ ତଥ୍ୟ ଦେବାକୁ ସାଇବର ଥାନା ପୋଲିସ୍ ଫେସବୁକକୁ ଲେଖିଥିବା ଚିଠିରେ ରହିଛି  । ଏହି ଆକାଉଣ୍ଟକୁ କିଏ କେଉଁଠାରୁ ପରିଚାଳନା କରୁଛନ୍ତି, ତାହା ଜଣାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ  ବର୍ଷା ପୈତୃକ ଘର ଛାଡ଼ନ୍ତୁ ବୋଲି ଅନୁଭବ ଏସଡିଜେଏମ କୋର୍ଟରେ  ପିଟିସନ କରିଥିଲେ  । ଗତକାଲି କୋର୍ଟ ଏହି ପିଟିସନ ଗ୍ରହଣ କରି ରାୟ ଶୁଣାଇଥିଲେ । ପ୍ରତିମାସରେ ବର୍ଷାଙ୍କୁ ଅନୁଭବ ଘରଭଡ଼ା ବାବଦରେ ୩୦ ହଜାର ଟଙ୍କା ଦେବେ  । ପ୍ରତି ମାସର ୧୦ ତାରିଖ କିମ୍ବା ତାହା ପୂର୍ବରୁ ୩୦ ହଜାର ଟଙ୍କା ଅନୁଭବ ଦେବେ  । ଘରଭଡ଼ା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ବୋଲି କୋର୍ଟ କହିଛନ୍ତି ।

Comments are closed.