ଭୁବନେଶ୍ୱରର ପଟିଆରେ ଉଦ୍ଘାଟନ ହେଲା ପ୍ରଭୁଜୀ ପିଓର୍ ଫୁଡ୍ ଫ୍ରାଞ୍ଚାଇଜ୍ ଷ୍ଟୋର୍‌

0

ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଏବଂ ବିଶ୍ୱସ୍ତ ଏଫ୍ଏମସିଜୀ ବ୍ରାଣ୍ଡ, ପ୍ରଭୁଜୀ ପିଓର୍ ଫୁଡ୍ (ୟୁନିଟ୍ ଅଫ୍ ହଲଦିରାମ ଭୁଜିଆୱାଲା ଲିମିଟେଡ୍) ଭୁବନେଶ୍ୱରରେ ସେମାନଙ୍କର ପ୍ରଥମ ସ୍ୱତନ୍ତ୍ର ଷ୍ଟୋର୍‌ ସହିତ ଭାରତରେ ବ୍ୟାପାର କ୍ଷେତ୍ରରେ ଆଉ ଗୋଟେ ପାଦ ଆଗେଇଛି | ଏହି ଷ୍ଟୋର୍‌ ଖୋଲିବା ସହିତ ପ୍ରଭୁଜୀ ଏହାର ରିଟେଲ୍ ଷ୍ଟୋର୍‌ ଗୁଡିକର୍ ବିସ୍ତାର କରିବା ସହ ସମଗ୍ର ଭାରତରେ ଏହାର ବିତରଣ ଚ୍ୟାନେଲଗୁଡ଼ିକୁ ମଜବୁତ କରିବାର ଚେଷ୍ଟା ଜାରି ରଖିଛି |

ଗ୍ରାହକମାନଙ୍କୁ ମିଠା ଓ ନମକିନର ଉନ୍ନତ ପ୍ୟାକିଂ ସହିତ ଗୁଣାତ୍ମକ ଏବଂ ସ୍ୱଚ୍ଛତାର ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏହି ରେଷ୍ଟୁରାଣ୍ଟ କମ ରିଟେଲ୍ ଷ୍ଟୋର୍‌କୁ ଡିଜାଇନ୍ କରାଯାଇଛି | ଭୁବନେଶ୍ବରର ଗ୍ରାହକଙ୍କୁ ଦେଶର ବିଭିନ୍ନ ସ୍ଥାନ ଓ ପ୍ରାନ୍ତରୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟପେୟର ସ୍ବାଦ ଅନୁଭବ କରାଇବା ପାଇଁ ଏହି ଷ୍ଟୋର ପ୍ରସ୍ତୁତ ହୋଇଛି | ପ୍ରଭୁଜୀର ଶ୍ରେଷ୍ଠ-ଶ୍ରେଣୀ ପ୍ୟାକେଜିଂ ସୁବିଧା ଗ୍ରାହକଙ୍କୁ ସହଜରେ ନେବା ପାଇଁ ପ୍ରୋଶ୍ଚାହିତ କରେ | ଷ୍ଟୋରରେ ସ୍ୱାଦ ଏବଂ ବିଭିନ୍ନ ଉପାଦାନ ସହିତ ଶୁଦ୍ଧ ମିଠା ଜାତୀୟ ଖାଦ୍ଯ ଉପଲବ୍ଧ | ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାରର ଓ ଉତ୍ତମ ସ୍ୱାଦ ସହିତ ଡିସ୍ ପାଇପାରିବେ ଯେପରିକି ଚାଇନିଜ୍, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଇତ୍ୟାଦି ଇତ୍ୟାଦି |

ପ୍ରଭୁଜୀ ପିଓର୍ ଫୁଡ୍ ବିଭିନ୍ନ ବର୍ଗର ଯେପରିକି ମିଠା, ସ୍ନାକ୍ସ, ଏବଂ ଖାଦ୍ୟ ଏବଂ ପାନୀୟ ପରି ଉତ୍ପାଦ ଯୋଗାଇଦେବା ସହ ଭୁଜିଆ, ଚାନାଚୁର, ମୁଙ୍ଗଡାଲ, ଆଲୁ ଭୁଜିଆ ଏବଂ ଅନ୍ୟାନ୍ୟ ସାମଗ୍ରୀ ଏହି ଷ୍ଟୋର୍‌ରେ ଉପଲବ୍ଧ |

ପ୍ରଭୁଜୀ ପିଓର୍ ଫୁଡ୍ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ପ୍ରଭୁ ଶଙ୍କର ଅଗ୍ରୱାଲ ଗ୍ରାହକଙ୍କ ପାଖରେ ସିଧାସଳଖ ପହଞ୍ଚିବା ପାଇଁ କଳ୍ପନା କରିଥିଲେ ଯାହା ଏହି ଷ୍ଟୋର୍‌ର ଡିଜାଇନ୍କୁ ପାଇଁ ଏକ ମାର୍ଗଦର୍ଶୀକା ହୋଇଥିଲା | ଏହି ଷ୍ଟୋର ସହିତ, ଆମର କମ୍ପାନୀ ଆମର ଉତ୍ପାଦନ ୟୁନିଟ୍ ର ବିଭିନ୍ନ ଉତ୍ପାଦ ଅତି ସହଜରେ ଏବଂ ସିଧାସଳଖ ଗ୍ରାହକଙ୍କ ପାଖରେ ପହଞ୍ଚାଇବ ଯାହା ଆପଣ ଆକର୍ଷଣୀୟ ମୂଲ୍ୟରେ | ଅତ୍ୟାଧୁନିକ ଖାଦ୍ୟ ପ୍ରସ୍ତୁତି ପ୍ରଯୁକ୍ତିବିଦ୍ୟା, ଆଧୁନିକ, ସଂପୂର୍ଣ୍ଣ ସ୍ୱଚ୍ଛତା ଉପକରଣର ବ୍ୟବହାର, ଅତ୍ୟାଧୁନିକ ପ୍ୟାକେଜିଂ ଏବଂ କ୍ଲିନିକାଲ୍ ପରୀକ୍ଷିତ ଉପାଦାନଗୁଡ଼ିକ ସହିତ ଆମ ଉତ୍ପାଦ ଗୁଡିକ ଅତ୍ୟନ୍ତ ସ୍ଵାଦିଷ୍ଟ କରିଥାଏ ପ୍ରଭୁଜୀ ତେଣୁ ଭୁବନେଶ୍ବରବାସୀ ଖାଦ୍ୟର ଏକ ଅନନ୍ୟ ସ୍ବାଦ ଏଠାରେ ପାଇବେ ବୋଲି ପ୍ରଭୁଜୀ ପିଓର୍ ଫୁଡ୍ ଫ୍ରାଞ୍ଚାଇଜ୍ ଷ୍ଟୋର୍‌ ର ମୁଖ୍ୟ ଶ୍ୟାମ ଅଗ୍ରୱ।ଲ୍ ଆଶା କରିଛି |

Leave A Reply

Your email address will not be published.