ଏଥର ହେବ କଟକ ବାଲିଯାତ୍ରା
କଟକ ଅଫିସ : ଚଳିତ ବର୍ଷ ହେବ ପ୍ରସିଦ୍ଧ କଟକ ବାଲିଯାତ୍ରା। ଏ ନେଇ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ସୋମବାର ଏହି ଘୋଷଣା କରିଛନ୍ତି। କୋଭିଡ ଯୋଗୁ ଗତ ୨ ବର୍ଷ ହେଲା ବାଲିଯାତ୍ରାର ଆୟୋଜନ ହୋଇ ନଥିଲା। ବର୍ତ୍ତମାନ କରୋନା ସଂକ୍ରମଣ କମୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ପ୍ରସିଦ୍ଧ କଟକ ବାଲିଯାତ୍ରାର ଆୟୋଜନ କରାଯାଇଥାଏ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବ୍ୟବସାୟୀ, ଉଦ୍ୟୋଗପତି
ସାମିଲ ହୋଇଥାନ୍ତି।
Comments are closed.