କ୍ଷମା ମାଗିଲା ବାବା ରାମଦେବ, କହିଲେ ଆଉ ଭୁଲ ହେବ ନାହିଁ

ଆମେ ନିସର୍ତ୍ତ କ୍ଷମା ମାଗୁଛୁ । ଏପରି ଭୁଲର ପୁନରାବୃତ୍ତି ଭବିଷ୍ୟତରେ କେବେ ବି ହେବନି। କୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରିବୁ ।’ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଦାବି କରୁଛି ଏବଂ ଏହା ବିଭ୍ରାନ୍ତିକର ବୋଲି ଭାରତୀୟ ମେଡିକାଲ୍ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଥିଲା। ଏହି ମାମଲାର ଶୁଣାଣି ନିମନ୍ତେ ଆଜି ଉଭୟ ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ହାଜର ହେବାକୁ କୁହାଯାଇଛି। ଏହାପୂର୍ବରୁ ସେମାନେ କୋର୍ଟଙ୍କ ନିକଟରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରି ସାରିଛନ୍ତି।

ଏଥିନିମନ୍ତେ ଉଭୟ କୋର୍ଟରେ ପୃଥକ ପୃଥକ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦଲିଲ ଦାଖଲ କରିଛନ୍ତି। ଏଥିସହ ଆଜି ଉଭୟ କୋର୍ଟରେ ହାଜର ହେବେ ବୋଲି ଜଣାଯାଇଛି।

ଉଭୟ ରାମଦେବ ଓ ବାଳକୃଷ୍ଣ କହିଛନ୍ତି, ଏବେ ଆଉ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ସାର୍ବଜନିକ ବୟାନ ଦିଆଯିବନି। ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ । ଭବିଷ୍ୟତରେ ଏପରି ବିଜ୍ଞାପନର ପ୍ରଚାର କରାଯିବନି। ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ନିୟମ ଉଲ୍ଲଘଂନ କରିଥିବାରୁ ଖୁବ୍‌ ଦୁଃଖିତ ଓ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ।

ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ କୋର୍ଟରେ ହାଜର ହେବାକୁ ଉଭୟ ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ ।

Comments are closed.