ବନ୍ଧା ହେଲେ ଆତ୍ମଘୋଷିତ ବାବା
ମୁମ୍ବାଇ: ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣାରେ ମୁମ୍ବାଇ ପୁଲିସ୍ ମଧ୍ୟପ୍ରଦେଶର ଜଣେ ତଥାକଥିତ ବାବା ଓ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରିଛି। ବାବା ଯାଦୁ ଦ୍ୱାରା ଏତେ ପରିମାଣର ଟଙ୍କାକୁ ଦୁଇ ଗୁଣ କରି ଦେବେ ବୋଲି ଲୋଭ ଦେଖାଇ ଉକ୍ତ ବରିଷ୍ଠ ନାଗରିକଙ୍କୁ ଠକିଛନ୍ତି। ଦହିସାର ପୁଲିସ୍ ଆତ୍ମଘୋଷିତ ବାବା ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଠକାମୀର ଶିକାର ହୋଇଥିବା ୭୫ ବର୍ଷୀୟ ବୃଦ୍ଧ ଜଣଙ୍କ ପ୍ରଥମେ ଦୁଇ ଅଭିଯୁକ୍ତ ପ୍ରିୟା ସୋନି ଓ ଅଜିତ ପାଟିଲଙ୍କୁ ଭେଟିଥିଲେ। ଏହି ସମୟରେ ବୃଦ୍ଧ ଜଣଙ୍କ କେନ୍ଦ୍ରୀୟ ମୁମ୍ବାଇରେ ରହିବା ପାଇଁ ଘର ଖୋଜୁଥିଲେ। ପ୍ରିୟା ଓ ଅଜିତ ବୃଦ୍ଧଙ୍କ ସହ ବନ୍ଧୁତା କରିଥିଲେ ଓ ପରେ ତାଙ୍କୁ ଗଣେଶ ପାୱାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ନେଇଥିଲେ।
Comments are closed.