୨୬୩ ରନରେ ଅଷ୍ଟ୍ରେଲିଆ ଆଲାଆଉଟ୍

ଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୬୩ ରନରେ ଅଲଆଉଟ ହୋଇଯାଇଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଡେଭିଡ୍ ଓ୍ବାର୍ନର ଓ ଉସମାନ ଖ୍ବାଜା ଭଲ ଆରମ୍ଭ କରିଥିଲେ । ତେବେ ଓ୍ବାର୍ନର ମାତ୍ର ୧୫ ରନରେ ଅଲଆଉଟ ହୋଇଯାଇଥିବାବେଳେ ଖ୍ବାଜା ୮୧ ରନ କରିଥିଲେ । ତେବେ ଦଳ ମଧ୍ୟକ୍ରମ ପୁଣି ବିଫଳ ହୋଇଥିଲା । ମଧ୍ୟକ୍ରମର ୩ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ । ତେବେ ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇନେଇଥିଲେ । ହାଣ୍ଡସକମ୍ବ ୭୨ ଓ କମିନ୍ସ ୩୩ ରନ କରିଥିଲେ । ଫଳରେ ଦଳ ୨୬୩ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ।

ଭାରତ ପକ୍ଷରୁ ମହମ୍ମଦ ସମ୍ମି ୪ଟି ଏବଂ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ବୀନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତ ଠାରୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ ହୋଇଥିଲା ।

Comments are closed.