ଜମି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ
ବାଲିଆପାଳ(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନ ନିଜ ଜମି ମଧ୍ୟଦେଇ ଟ୍ରାକ୍ଟରକୁ ନଛାଡିବାରୁ ଜନୈକ ଜମି ମାଲିକ କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ବେଳେ ସେ ଏବେ ୧୦୮ ଯୋଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।
ସୂଚନାରୁ ପ୍ରକାଶ ସିଂଲା ଥାନା ଅନ୍ତର୍ଗତ ବିସିକାଦେଇପୁର ଗ୍ରାମର ଇନ୍ଦ୍ରଜିତ ପଟ୍ଟାୟତ ଙ୍କର ଗୁମୁଣ୍ଡିଆ ଠାରେ ଚାଷଜମି ରହିଥିବାବେଳେ ତାଙ୍କ ବିଲମଝିଦେଇ ଧାନ ଟ୍ରାକ୍ଟର ନେବାକୁ ଇନ୍ଦ୍ରଜିତ ବାରଣ କରିବା ସହ ତାଙ୍କ ଜମି ଗଭୀର ହୋଇ ଜାଉଥିବାରୁ ଧାନ ଟ୍ରାକ୍ଟର ଛାଡିନଥିଲେ । ଫଳରେ ଧାନମାଲିକ ବୃନ୍ଦା ଦଳେଇ, ତାଙ୍କ ସ୍ତ୍ରୀ,ପୁଅର ବହୁ ଓ ଟ୍ରାକ୍ଟର ଡ଼୍ରାଇଭର ପ୍ରଦୀପ ବେହେରା ମିଳିତ ଭାବେ ଇନ୍ଦ୍ରଜିତ ଉପରେ ଆକ୍ରମଣ କରିବା ସହ ଛାତି ଓ ମୁଣ୍ଡ ତଥା ଶରୀରର ବିଭିନ୍ନ ସ୍ଥାନରେ ଗୋଇଁଠା ଓ ବିଧା ଦ୍ବାରା ଆକ୍ରମଣ କରିଥିଲେ। ତେବେ ସେଠାରେ ସେ ଅଚେତ ହୋଇ ଜାଇଥିବା ବେଳେ ତାଙ୍କ ସାନଭାଇ ଖବର ପାଇ ୧୦୮ ଆମ୍ବୁଲାନ୍ସ ଡକାଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିବା ଜଣାଜାଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ସିଂଲା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ |
Comments are closed.