କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗରେ ଏମିତି କହିଲେ ନରସିଂହ
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ ଦିନ ହେଲା ବ୍ୟାପୁଛି ଝାଡ଼ାବାନ୍ତି । ଗୃହରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୂନ୍ୟ କାଳରେ ଉଠାଇଲେ କଲେ ପ୍ରଶ୍ନ । ରାଜ୍ୟରେ ଅଖାଦ୍ୟ ଖାଇ ଲୋକଙ୍କ ଜୀବନ ଯାଇଛି। ତେଣୁ ଆଉ କାଳ ବିଳମ୍ବ ନକରି ଗୃହକୁ ଆସି ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ଏପରିକି ଏହାକୁ ନେଇ ଗୃହରେ ତୁମ୍ଭି ତୋଫାନ ଉଠିଛି । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ୧୦ ମିନିଟ୍ ଯାଏଁ ମୁଲତବୀ ରହିଥିଲା । ଏହାରି ଭିତରେ ଏହି କାଶୀପୁର ପ୍ରସଙ୍ଗରେ ଆସନ୍ତା ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି ବିକ୍ରମକେଶରୀ ଆରୁଖ । ତେବେ ଘଟଣାରେ ଏକାଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣଙ୍କୁ ଗୁରୁତର ଅବସ୍ଥାରେ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷର ବାଳକ ଥିବା ଜଣାପଡ଼ିଛି । ବ୍ଲକର ଡୁଡୁକାବାହଲ, ଶଙ୍କରଡ଼ା,ମାଇକଂଚ ପଂଚାୟତର ବିଭିନ୍ନ ଗାଁରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଗାଁରେ ସ୍ୱାସ୍ଥ୍ୟ କର୍ମୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘର ଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଂଟନ କରୁଛନ୍ତି । କୂଅରେ ମିଶୁଥିବା ଅପରିଷ୍କାର ପାଣି ପିଇ ଲୋକେ ଝାଡ଼ା ବାନ୍ତିର ଶିକାର ହେଉଥିବା କୁହାଯାଉଛି ।
Comments are closed.