ସୁପ୍ରିୟାଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହି ପ୍ରସଙ୍ଗରେ ଭାରତରେ ରାଜନୈତିକ ପ୍ରତିକ୍ରିୟା ଜାରି ରହିଛି। ପାଲେଷ୍ଟାଇନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଭାବୁଛି ଶରଦ ପାୱାର ସାର୍‌ ସୁପ୍ରିୟା ସୁଲେ ମ୍ୟାଡାମଙ୍କୁ ହମାସ ତରଫରୁ ଯୁଦ୍ଧ କରିବାକୁ ଗାଜାକୁ ପଠାଇଦେବା ଉଚିତ୍‌।

ନିକଟରେ ଶରଦ ପାଓ୍ବାର କହିଥିଲେ,ଆମେ ପାଲେଷ୍ଟାଇନ ସହିତ ଦୃଢ ଭାବରେ ଠିଆ ହେବା ଉଚିତ। ସମଗ୍ର ଜମି ପାଲେଷ୍ଟାଇନର ଅଟେ ଏବଂ ଇସ୍ରାଏଲ ଆସି ସେହି ଜମିକୁ ଦଖଲ କରିଥିଲେ, ସେମାନଙ୍କ ଘର ଦଖଲ କରାଯାଇଥିଲା। ଇସ୍ରାଏଲୀୟମାନେ ସେଠାରେ ବାହାର ଲୋକ। ଜମିର ମାଲିକ ଥିବା ଲୋକଙ୍କ ସହ ଏନସିପି ଛିଡା ହୋଇଛି।

Comments are closed.