କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା

ଗୌହାଟୀ: କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦେଶର ୫ଟି ରାଜଧାନୀ ରହିବା ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଦେଶରେ ରହିଥିବା ଆଞ୍ଚଳିକ ଅସମାନତାକୁ ଶେଷ କରିବା ପାଇଁ ପ୍ରତି ଜୋନରେ ଗୋଟିଏ ଲେଖାଏ ରାଜଧାନୀ ରହିବା ଦରକାର ବୋଲି ସେ କହିଛନ୍ତି। ବରିଷ୍ଠ ବିଜେପି ନେତା ବିଶ୍ୱଶର୍ମା ଏକାଧିକ ଟ୍ୱିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ବେଶ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ଟ୍ୱିଟର୍‌ରେ ବାକ୍‌ଯୁଦ୍ଧ ଲାଗି ରହିଛି।

ସେ କହିଛନ୍ତି, ଏବେ ନିୟମିତ ଅନ୍ୟ ରାଜ୍ୟଗୁଡ଼ିକୁ ପରିହାସ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥା ହେବା ପରେ ଗୋଟିଏ କଥା ମୋ ମନକୁ ଆସିଛି। ମୋ ମତ ହେଉଛି ଯେ ଆମକୁ ଏହି ଅସମାନତା ଓ ଗରିବ ରାଜ୍ୟଗୁଡ଼ିକୁ ପରିହାସ କରିବା ରୋଗକୁ ବନ୍ଦ କରିବା ଦିଗରେ କାମ କରିବାକୁ ପଡ଼ିବ। କ’ଣ ଆମେ ଭାରତର ୫ଟି ରାଜଧାନୀ ପାଇପାରିବା? ପ୍ରତି ଜୋନରେ ରାଜଧାନୀ ହୋଇପାରିବ କି ବୋଲି ହିମନ୍ତ ବିଶ୍ୱଶର୍ମା ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଏପରି ପଦକ୍ଷେପ ଦିଲ୍ଲୀ ଭଳି ସରକାରଙ୍କ ପାଖରେ ଉତ୍ତର ପୂର୍ବ ଓ ପୂର୍ବ ଭାଗରେ ଥିବା ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ସମ୍ପତ୍ତି ନଥିବା କଥାକୁ ନିଶ୍ଚିତ କରିବ। ଏହା ବ୍ୟତୀତ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ କ୍ଷେତ୍ରରେ କ’ଣ ସବୁ କାମ କରିଛେ, ତା’ର ସୂଚନା ମଧ୍ୟ ମିଳିବ। ଏହି ସବୁ କ୍ଷେତ୍ରରେ ୭୫ ହେଲେ କାମ ହେଉ ନଥିଲା ବୋଲି ସେ କହିଛନ୍ତି।

Comments are closed.