ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଅଶ୍ଵିନୀ

ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କୁ ବିଜେଡି ସମର୍ଥନ ଜଣାଇଥିଲା ।

ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଦାଖଲ ବେଳେ ବିଜେପିର ବରିଷ୍ଠ ନେତା ଉପସ୍ଥିତ ଥିବା ବେଳେ ବିଜେଡିର କିନ୍ତୁ କାହାରି ଦେଖା ନ ଥିଲା।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପି କାର୍ଯ୍ୟାଳୟରୁ ସିଧାସଳଖ ବିଧାନସଭାରେ ପହଞ୍ଚିଥିଲେ। ଏହାପରେ ସେ ରିଟର୍ଣ୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇଥିଲେ। ତାଙ୍କ ସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ସଚେତନ ମୋହନ ମାଝି, ବିଧାୟକ ନାଉରୀ ନାୟକ, ନବ ମାଝି, ବିଧାୟିକା କୁସୁମ ଟେଡେ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.