ଓଡିଶା ଗସ୍ତରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା କଲି ଓଡ଼ିଶା ଗସ୍ତ କରୁଛନ୍ତି |ଏହି ଗସ୍ତ ସମୟରେ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନ ର ଶୁଭାରମ୍ଭ କରାଇବେ |
ଏହା ସହିତ ମହିପୁର ଷ୍ଟେସନ ଠାରୁ ସେ 08429/08430 ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ କରାଇବା ସହିତ ବୋଲଗଡ ପାସେଞ୍ଜର ହଲଟ ଠାରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ |
Comments are closed.