ନୂଆ ଅଶୋକ ସ୍ତମ୍ଭକୁ ନେଇ ବିବାଦ
ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଜାତୀୟ ଚିହ୍ନ ଆଶୋକ ସ୍ତମ୍ଭକୁ ନେଇ ବିବାଦ ଆରମ୍ଭ ହୋଇଛି । ଅଶୋକ ସ୍ତମ୍ଭର ସିଂହର ଆକୃତିକୁ ନେଇ ବିରୋଧି ଦଳମାନେ ଆପତ୍ତି ଉଠାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ସିଂହକୁ ଅଧିକ ଉଗ୍ର ଓ ଆକ୍ରମଣାତ୍ମକ କରାଯାଇଛି । ପୁରୁଣା ହିଂହର ସୌମ୍ୟ ଓ ସାଧାରଣ ଦେଖାଯାଉଥିଲା । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତ ଯେ ଅଶୋକ ସ୍ତମ୍ଭର ଏଭଳି ଏକ ପରିବର୍ତ୍ତନ ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ । କଂଗ୍ରେସ ସୋସିଆଲ ମିଡିଆ ଜାତୀୟ ସଂଯୋଜକ ବିନୟ କୁମାର ଡୋକନିଆ କହିଛନ୍ତି । ଜାତୀୟ ସ୍ତମ୍ଭର ଶାନ୍ତି ପ୍ରିୟ ସିଂହ ଏବେ ମଣିଷ ଖିଆ ସିଂହ ହୋଇଯାଇଛି ।
ନୂଆ ରୂପରେ ଏହା ଅତି ଉଗ୍ର ଓ ମାରାତ୍ମକ ଦୃଶ୍ୟମାନ ହେଉଛି । ଟିଏମ୍ସି ସାସଂଦ ମହୁଆ ମଇତ୍ର ଏବଂ ଜବାହର ସିରକର ମଧ୍ୟ ସିଂହର ଉଗ୍ର ରୂପକୁ ବିରୋଧ କରିଛନ୍ତି । ସୁପ୍ରିମ କୋର୍ଟ ଆଇନ୍ଜିବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ।ମୋଦିଙ୍କ ନବ ଭାରତରେ ଆମ ପ୍ରତୀକର ସିଂହ ଏବେ ଶାନ୍ତର ସ୍ୱରୂପକୁ ବଦଳାଇ ଯାଇଛି । ତେବେ ଇତିହାସକାରମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ଏକ କଳାକୃତି ଏକ କଳାକାରଙ୍କ ଦ୍ୱାରା ପ୍ରତିଫଳନ ବୋଲି ଐତିହାସିକ ରବି ଭଟ୍ଟ କହିଛନ୍ତି ।
ଅଶୋକ ସ୍ତମ୍ଭର ଇତିହାସ ଗୌତମ ବୁଦ୍ଧଙ୍କ ସହିତ ଯୋଡି ହୋଇରହିଛି ।ସମ୍ରାଟ ଅଶୋକ ଏହି କଳାକୃତିକୁ ତିଆରି କରିଥିଲେ ଏବଂ ଅଶୋକ ସ୍ତମ୍ଭର ଆକୃତିକୁ ଯେତେବେଳେ ସମ୍ବିଧାନର ଅଂଶ ଭାବେ ଗ୍ରହଣ କରାଯାଇଥିଲା ସେତେବେଳେ ୨୧ ବର୍ଷିୟ ଯୁବକ ଦୀନାନାଥ ଭାସ୍କରଙ୍କୁ ଏହାର ଦାୟିତ୍ୱ ଦିଆଯାଇଥିଲା । ଦେଶ ବ୍ୟାପି ଏହାର ଆକୃତି ଅଲଗା ଅଲଗା ରହିଥିଲା ବେଳେ ବର୍ତ୍ତମାନ ରାଜନୈତିକ କାରଣରୁ ହେଉଥିବା ବିରୋଧ ଅର୍ଥହୀନ ବୋଲି ଲକ୍ଷ୍ନ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ପୀୟୂଷ ଭାର୍ଗବ କହିଛନ୍ତି ।
Comments are closed.