ଅରୁଣଙ୍କ ହାତ ତିଆରି ପ୍ରତିମା ଅଯୋଧ୍ୟାରେ ହେବ ସ୍ଥାପନ

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ। କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିର ଗର୍ଭ ଗୃହରେ। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ସୋଶାଲ ମିଡିଆ ସାଇଟ୍ Xରେ ଏନେଇ ସେ ସୂଚନା ଦେଇଛନ୍ତି।

୫ ବର୍ଷୀୟ ରାମଲାଲାଙ୍କ ୩ ବିଗ୍ରହ ନିର୍ମିତ ହୋଇଥିବା ବେଳେ ସେଥି ମଧ୍ୟରୁ ଯୋଗୀରାଜଙ୍କ ମୂର୍ତ୍ତି ବଛା ଯାଇଛି। ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ବିଗ୍ରହ ଗର୍ଭଗୃହରେ ଲାଗିବ ଏବଂ ଅନ୍ୟ ଦୁଇଟିକୁ ମନ୍ଦିରର ଅନ୍ୟ ସ୍ଥାନରେ ସ୍ଥାପନ କରାଯିବ।

ପୁରାଣରେ ବର୍ଣ୍ଣିତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି। ଆସନ୍ତା ୨୨ ତାରିଖରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ। ଏହା ଜାନୁଆରୀ ୧୬ରୁ ଆରମ୍ଭ ହେବ। ଜାନୁଆରୀ ୨୨ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ ନିମନ୍ତ୍ରଣ କରାଯାଇଛି।

Comments are closed.