ରଙ୍ଗିନ୍ ବାବାର କଳା କାରନାମା
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଚୋରି ଟସ୍କରିଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ସେହିପରି ଆଜି ଏକ ଘଟଣା ସାମ୍ନାକୁ ଆସିଛି । ରାଜଧାନୀରେ ରଙ୍ଗିନ ବାବାଙ୍କର କଳା କାରନାମା । ବାବାର ରୂପରେ ଥିଲେ ଭଣ୍ଡ । ନକଲି ଫେସବୁକ ଆଇଡି କରି ନଗ୍ନ ଫଟୋ ପଠାଉଥିଲା ବାବା ।
ଜଣେ ନାବାଳିକାଙ୍କ ନାଁରେ ଖୋଲିଥିଲା ଫେସବୁକ ଆଇଡି । ସମ୍ପୃକ୍ତ ନାବାଳିକାଙ୍କୁ ଭଣ୍ଡ ବାବା ଜଣକ କରୁଥିଲା ପ୍ରେମ ନିବେଦନ । ତେବେ ଏଥିରେ ନାବାଳିକା ରାଜି ନହେବାରୁ ତାକୁ ଧମକ ଦେଉଥିଲା । ସେହିପରି ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ମାଗିବା ସହ ବ୍ଲାକମେଲ କରୁଥିଲା ।
ଅଭିଯୁକ୍ତକୁ ଭୁବନେଶ୍ୱର ସାଇବର ଥାନା ଗିରଫ କରିଛି ।ଅଭିଯୁକ୍ତର ନାଁ ପରୀକ୍ଷିତ ନାୟକ ହୋଇଥିବା ବେଳେ ତା’ ଘର ଅନୁଗୁଳ ବୋଲି ଜଣାପଡିଛି । ରାଜଧାନୀରେ କାଳିଆ ଦାସ ନାଁରେ ରହୁଥିଲା ପରୀକ୍ଷିତ । ଇସ୍କନ ଦୀକ୍ଷିତ ଥିବା ପରୀକ୍ଷିତ ମନ୍ଦିରରେ ଚଳାଇଥିଲା ଭାଣ୍ଡାମି ।
ପରୀକ୍ଷିତ ଟାର୍ଗେଟରେ ୧୮ରୁ ୨୫ ବର୍ଷୀୟ ଯୁବତୀ ଥିଲେ ବୋଲି ଜଣାପଡ଼ିଛି ।
Comments are closed.