କ୍ଷମା ପ୍ରାର୍ଥନା କଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ।

ଆଜି ସକାଳେ ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି।

ପତଞ୍ଜଳି ଗତକାଲି ମଧ୍ୟ କ୍ଷମା ମାଗିଥିଲେ, କିନ୍ତୁ ଏହି କ୍ଷମା ପ୍ରାର୍ଥନା ବିଭ୍ରାନ୍ତିକର ବିଜ୍ଞାପନ ଆକାରଠାରୁ ଛୋଟ ହୋଇଥିବାରୁ ପ୍ରଶ୍ନ କରିଥିଲେ ଅଦାଲତ।

Comments are closed.