ଗିରଫ ହେଲେ ଆପ ସାଂସଦ ସଞ୍ଜୟ ସିଂହ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଦୀର୍ଘ ସମୟର ପଚରାଉଚରା ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଇଡି ଏହି ଦୁର୍ନୀତି ମାମଲାରେ ବୁଧବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଚଢ଼ାଉ କରିଥିଲା।

ଇଡି ମଦ ଦୁର୍ନୀତିରେ ମନି ଲଣ୍ଡରିଂର ଯାଞ୍ଚ କରୁଥିଲା। ବିଗତ ଦିନରେ ଇଡି ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏଥିରେ ସଞ୍ଜୟ ସିଂଙ୍କର ମଧ୍ୟ ନାମ ରହିଛି। ତେବେ ଇଡି ତରଫରୁ ସାଂସଦଙ୍କ ଘରେ ଚଢ଼ାଉ ପରେ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଟ୍ଵିଟ୍‌ କରାଯାଇଥିଲା। ଏଥିରେ କୁହାଯାଇଥିଲା କି, ୧୫ ମାସରେ ୧୦୦୦ରୁ ଅଧିକ ଚଢ଼ାଉ ହୋଇସାରିଛି, କିନ୍ତୁ ତଦନ୍ତ ଏଜେନ୍ସିକୁ ଆଜି ପର୍ଯ୍ୟନ୍ତ କିଛି ବି ମିଳିନାହିଁ।

ସୂଚନା ମୁତାବକ, ସଞ୍ଜୟ ସିଂଙ୍କୁ ଇଡି ଦୀର୍ଘ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା। ବର୍ତ୍ତମାନ ସଞ୍ଜୟ ସିଂ ନିଜ ଘରେ ହିଁ ଅଛନ୍ତି। ପଚରାଉଚରା ପରେ ଇଡି ତାଙ୍କୁ ଆରେଷ୍ଟ୍‍ କରି ନେଇଛି, ଯାହାପରେ ପାରା ମିଲିଟାରୀ ଫୋର୍ସ ମୁତୟନ ବଢ଼ାଇ ଦିଆଯାଇଛି। ଏବେ ଇଡିର ଅଧିକାରୀମାନେ ସଞ୍ଜୟ ସିଂଙ୍କୁ ଗିରଫ କରି ନେଇଯିବେ। ସେପଟେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସାଂସଦଙ୍କ ଘର ସାମ୍ନାରେ ଏକଜୁଟ ହେବା ଆରମ୍ଭ କରିଛନ୍ତି।

କୁହାଯାଉଛି କି, ସଞ୍ଜୟ ସିଂଙ୍କୁ ତାଙ୍କ ଘରର ପଛ ଗେଟ୍‌ ବାଟେ ବାହାରକୁ ନିଆଯିବ। ଏହାପରେ ତାଙ୍କୁ ଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟକୁ ନିଆଯିବ। ରାତିସାରା ସେ ଲକର୍‌ରେ ରହିବେ। ଏହାପରେ ସକାଳେ ମେଡିକାଲ୍‌ ଯାଞ୍ଚ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ସେଠାରେ ସଞ୍ଜୟ ସିଂଙ୍କ ରିମାଣ୍ଡ ଦାବି କରାଯିବ।

Comments are closed.