ଅନୁଭବଙ୍କ ଘର ଛାଡ଼ିବେ ବର୍ଷା

ଶେଷରେ ଅନୁଭବ ମହାନ୍ତିଙ୍କ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ  । ଏବେ ଅନୁଭବଙ୍କ ପୈତୃକ ଘରେ ବର୍ଷା ରହୁଥିବାବେଳେ ଅନୁଭବ ଓ ତାଙ୍କ ପରିବାର ଲୋକମାନେ ଭଡ଼ା ଘରେ ରହୁଛନ୍ତି  । ବର୍ଷା ପୈତୃକ ଘର ଛାଡ଼ନ୍ତୁ ବୋଲି ଅନୁଭବ ଏସଡିଜେଏମ କୋର୍ଟରେ  ପିଟିସନ କରିଥିଲେ  । କୋର୍ଟ ଏହି ପିଟିସନ ଗ୍ରହଣ କରି ରାୟ ଶୁଣାଇଛନ୍ତି । ପ୍ରତିମାସରେ ବର୍ଷାଙ୍କୁ ଅନୁଭବ ଘରଭଡ଼ା ବାବଦରେ ୩୦ ହଜାର ଟଙ୍କା ଦେବେ  । ପ୍ରତି ମାସର ୧୦ ତାରିଖ କିମ୍ବା ତାହା ପୂର୍ବରୁ ୩୦ ହଜାର ଟଙ୍କା ଅନୁଭବ ଦେବେ  । ଘରଭଡ଼ା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ବୋଲି କୋର୍ଟ କହିଛନ୍ତି ।

ପୂର୍ବରୁ ଅନୁଭବ ଏକ ଭିଡ଼ିଓ ମାଧ୍ୟମରେ ଘର ଛାଡ଼ିବାକୁ ବର୍ଷାଙ୍କୁ କହିଥିଲେ  । ବର୍ଷା ଚାହିଁଲେ ସେ ତିନି ବିଏଚକେ ଘର ଦେବେ ବୋଲି କହିଥିଲେ  । ନିଜ ଘର ଥାଇବି ସେ ପରିବାର ସହ ଭଡ଼ା ଘରେ ରହୁଛନ୍ତି ବୋଲି ଅନୁଭବ ଭିଡ଼ିଓରେ କହିଥିଲେ  । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଅନୁଭବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  ।

ଅନୁଭବଙ୍କ ପୈତୃକ ଘର ଉପରେ ତାଙ୍କ ପରିବାର ସହ ବଡ଼ବାପାଙ୍କର ମଧ୍ୟ ହକ ରହିଛି  । କିନ୍ତୁ ବର୍ଷା ସେହି ଘରେ ରହୁଥିବାରୁ ସେମାନଙ୍କ ପାଇଁ ସମସ୍ୟା ହେଉଛି ବୋଲି ଅନୁଭବଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା  ।

Comments are closed.