ଇମ୍ରାନଙ୍କୁ ପୁଣି ଆଉ ଝଟକା, ଜାଣନ୍ତୁ କଣ
ନୂଆଦିଲ୍ଲୀ : ୫ ବର୍ଷ ନିର୍ବାଚନ ଲଢ଼ି ପାରିବେନି ଇମ୍ରାନ ଖାନ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବ୍ୟାନ ଲଗାଇଛନ୍ତି । ପାକିସ୍ତାନ ନିର୍ବାଚନ କମିସନ ମଙ୍ଗଳବାରଦିନ ଇମ୍ରାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ତୋଶାଖାନା ମାମଲାରେ ବିଦେଶୀ ନେତାଙ୍କଠାରୁ ମିଳିଥିବା ଉପହାର ବିକ୍ରିରୁ ମିଳିଥିବା ଆୟକୁ ଲୁଚାଇବା ପାଇଁ ଇମ୍ରାନ ଖାଁଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି ଓ ଜେଲ ପଠାଯାଇଛି । ଅର୍ଥାତ୍ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ୫ ବର୍ଷ ପର୍ଯ୍ୟନ୍ତ ସଂସଦର ସଦସ୍ୟ ହୋଇପାରିବେ ନାହିଁ। ତେବେ ଇମ୍ରାନ ଖାଁଙ୍କ ଦଳର ସାଧାରଣ ସମ୍ପାଦକ ଅସଦ ଉମର କହିଛନ୍ତି ଯେ କମିଶନଙ୍କ ନିଷ୍ପତ୍ତିକୁ ଇସଲାମାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ତେବେ କେତେକ ବିଶେଷଜ୍ଞଙ୍କ ମତରେ ଇମ୍ରାନ ଜେଲ ଯିବା ପରେ ତାଙ୍କ ଦଳ ଦୁର୍ବଳ ହୋଇପଡ଼ିବ ଓ ନେତୃତ୍ବ ସଂକଟ ଦେଖାଯି।ବ
ଅଗଷ୍ଟ ୫ ତାରିଖରେ ଇମ୍ରାନଂକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଦଣ୍ଡାଦେଶ ପରେ ତାଂକୁ ତୁରନ୍ତ ଗିରଫ କରାଯାଇଥିଲା । ଗିରଫ ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପାଇଁ ଅପିଲ କରିଛି ପିଟିଆଇ ଦଳ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିଲେ ଇମ୍ରାନ ଖାନ ।
Comments are closed.