କୁହୁଡି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ 

ଖୋର୍ଦ୍ଧା ( ସୂର୍ଯ୍ୟକାନ୍ତ ସାହୁ) : କୁହୁଡି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ କୁହୁଡି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଆୟୋଜିତ ବାର୍ଷିକ ବିଜ୍ଞାନ ମେଳାରେ ଅତିଥି ଭାବେ କୁହୁଡି କ୍ଲଷ୍ଟରର ସି ଆର ସି ସି ଦୀନବନ୍ଧୁ ପୃଷ୍ଠି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

କୁହୁଡି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ଜନତା ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ବଳରାମ ପାଇକରାୟ ଓ ପ୍ରଧ୍ୟାପିକା ବାନଶ୍ରୀ ରାଉତରାୟ ବିଚାରକ ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ମୋଟ ୫୨ଟି ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପ ମଧ୍ୟରୁ ଶୁଭଶ୍ରୀ ପଲାଇଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ,ଓମ୍ ପ୍ରକାଶ ବେହେରାଙ୍କ ପ୍ରକଳ୍ପ ଦ୍ୱିତୀୟ ସ୍ଥାନ, ତନ୍ମୟ ବିଶ୍ଵାଳଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ପାଇଁ ଯୋଗ୍ୟ ମୂଲ୍ୟାଙ୍କନ କରିଥଲେ। ମୂଲ୍ୟାଙ୍କନରେ ତିନୋଟି ପ୍ରକଳ୍ପ ସ୍ଥାନ ପାଇଥିଲେ ସୁଦ୍ଧା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ସମସ୍ତ ପ୍ରକଳ୍ପ ବହୁ ଉଚ୍ଚ କୋଟୀର ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ମେନେଜିଂ କମିଟି କର୍ମକର୍ତ୍ତା ଓ ଅଭିଭାବକ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ମେଳା ସମାପନ ପରେ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଥିଲେ

Comments are closed.