ଏନି ଏର୍ନକ୍ସଙ୍କୁ ନୋବେଲ,ଜାଣନ୍ତୁ କାହିଁକି

ଷ୍ଟକହୋମ : ଫ୍ରାନ୍ସର ଲେଖିକା ଏନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯିବ । ସ୍ବିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।

ନିଜର ଲେଖାରେ ସେ ଲିଙ୍ଗ, ଭାଷା ଓ ଶ୍ରେଣୀ ଭିତ୍ତିକ ବିଭେଦତାକୁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଚିତ୍ରିତ କରିଆସିଛନ୍ତି । ଫ୍ରାନ୍ସର ନୋର୍ମାଣ୍ଡିରେ ବଢିଥିବା ଏର୍ନକ୍ସ ମୁଖ୍ୟତଃ ଆତ୍ମଜୀବନୀମୂଳକ ସାହିତ୍ୟିକ କୃତି ଯେପରିକି ଏ ଓମ୍ୟାନ୍ସ ଷ୍ଟୋରୀ, ଏ ମ୍ୟାନ୍ସ ପ୍ଲେସ୍, ସିମ୍ପଲ ପ୍ୟାସନ ପାଇଁ ପରିଚିତ । ୧୯୭୪ରେ ନିଜର ସାହିତ୍ୟିକ ଯାତ୍ରା ଆରମ୍ଭ କରିଥିବା ଏର୍ନକ୍ସଙ୍କୁ ୨୦୧୯ରେ ବୁକର ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।

ସ୍ବିଡିସ ଏକାଡେମୀ ପକ୍ଷରୁ ହିଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ନୋବେଲ ପୁରସ୍କାରର ବିଭିନ୍ନ ବର୍ଗ ମଧ୍ୟରେ ସାହିତ୍ୟ ପୁରସ୍କାରଟି ଅନ୍ୟତମ ଲୋକପ୍ରିୟ ପୁରସ୍କାର ଭାବେ ପରିଗଣିତ ହୋଇଥାଏ । ୧୯୦୧ରୁ ୨୦୨୧ ମଧ୍ୟରେ ମୋଟ ୧୧୮ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ଅଛନ୍ତି ।

Comments are closed.