ଆନ୍ଧ୍ର ମାଙ୍କଡ଼ ଓଡ଼ିଶାରେ ଉତ୍ପାତ!
ବ୍ରହ୍ମପୁର : ଆନ୍ଧ୍ର ମାଙ୍କଡ଼ କରୁଛି ଓଡ଼ିଶାରେ ଉତ୍ପାତ । ଏହା କୌଣସି ଲୋକକଥା ନୁହଁ ସତ୍ୟ ଘଟଣା । ଜୀବଜନ୍ତୁ ଚାଲାଣ ର୍ୟାକେଟ ଧିରେ ଧିରେ ବଢ଼ିବାରେ ଲାଗିଛି । ଏଥିମଧ୍ୟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳରୁ ୧୦ଟି ମୃତ ମାଙ୍କଡ ସହ ୫ଟି ଜୀବନ୍ତ ଉଦ୍ଧାର କରାଯାଇଛି । ଆନ୍ଧ୍ରରୁ ଓଡ଼ିଶାକୁ ଚାଲାଣ ହେଉଛନ୍ତି ମାଙ୍କଡ଼ ।
ସୂଚନା ଅନୁସାରେ, ମାଙ୍କଡ଼ ଚାଲାଣ ବେଳେ ବ୍ରହ୍ମପୁର ବନବିଭାଗ ଚଢ଼ାଉ କରି ଏହି ମାଙ୍କଡ ଗୁଡିକୁ ଉଦ୍ଧାର କରିଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚଞ୍ଚଳ କଲୋନୀର ରମେଶ ସିଂ ଓ ଶ୍ରୀକାକୁଲାମ ର ପି. ନାଗରାଜୁ । ଗତ ୩୦ ତାରିଖ ଦିନ ସକାଳେ ଆନ୍ଧ୍ରର ଭୈରବ ଅଞ୍ଚଳରୁ ୮ଟି ବସ୍ତାରେ ମାଙ୍କଡ ଗୁଡିକ ପୁରାଇ ଏକ ଡାଲା ଅଟୋରେ ଓଡିଶା ଚାଲାଣ ହେଉଥିଲା । ବନ ବିଭାଗ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା ।
ପରେ ବନ ବିଭାଗ ମାଙ୍କଡ ଗୁଡିକୁ ଉଦ୍ଧାର କରିବାକୁ ଯୋଜନା କରିଥିଲା । ଜରଡ଼ା ଅଞ୍ଚଳରେ ବନ ବିଭାଗର କର୍ମଚାରୀ ଛପି ରହିଥିଲେ । ରାତି ପ୍ରାୟ ୧୨ଟା ସମୟରେ ଗାଡିଟି ଜରଡା ଦେଇ ଅତିକ୍ରମ କଲା ବେଳେ ବନ ବିଭାଗ କର୍ମଚାରୀ ଅଟୋକୁ ଅଟକାଇଥିଲେ । ଅଟୋ ଯାଞ୍ଚ କଲା ବେଳେ ୮ଟି ବସ୍ତାରେ ୧୫ଟି ମାଙ୍କଡ ବାହାରିଥିଲେ । ୧୫ଟି ମାଙ୍କଡରୁ ଓ ୧୦ଟି ମାଙ୍କଡର ମୃତ୍ୟୁ ଘଟିଥିବା ବେଳେ ୫ଟିର ଜୀବନ୍ତ ଥିଲେ ।
ଜୀବନ୍ତ ମାଙ୍କଡକୁ ବନ ବିଭାଗ ଜଙ୍ଗଲରେ ଛାଡି ଦେଇଥିଲେ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
Comments are closed.