ପୁଣି ମଣିପୁରରେ ହିଂସା

ଇମ୍ଫାଲ୍‌: ଗୁରୁବାର ପାହାନ୍ତାରେ ମଣିପୁରର ଉଖ୍‌ରୁଲ୍‌ ଜିଲ୍ଲାରେ ସଶସ୍ତ୍ର ଦୁର୍ବୃତ୍ତମାନେ କୁକୁ ସମ୍ପ୍ରଦାୟର ୩ଜଣ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି।

ପୁଲିସ କହିବା ଅନୁସାରେ, ଜିଲ୍ଲା ମୁଖ୍ୟାଳୟ ଉଖ୍‌ରୁଲ୍‌ ସହରଠାରୁ ପ୍ରାୟ ୪୭ କିଲୋମିଟର୍‌ ଦୂରରେ ଅବସ୍ଥିତ କୁକୁ ଜନଜାତି ବସବାସ କରୁଥିବା ଥୌୱାକି କୁକି ଗ୍ରାମରେ ରାତି ପ୍ରାୟ ୪.୩୦ରେ ଗୁଳିକାଣ୍ଡ ଘଟିଛି।

ଘଟଣା ଘଟିଥିବା ସୁନିଶ୍ଚିତ କରି ଉଖ୍‌ରୁଲ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏନ୍‌. ଭି. ବାଶୁମ୍‌ କହିଛନ୍ତି, ଆମଦ୍ବାରା ସଂଗୃହୀତ ସୂଚନା ଅନୁସାରେ, ଗ୍ରାମର ପୂର୍ବ ପ୍ରାନ୍ତରେ ଥିବା ପାହାଡ଼ରୁ ଦଳେ ସଶସ୍ତ୍ର ଦୁର୍ବୃତ୍ତ ଗାଁ’ରେ ପଶି ଗାଁ’ରେ ପହରା ଦେଉଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ। ଏହି ଗୁଳିକାଣ୍ଡରେ ଉକ୍ତ ଗାଁ’ର ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗୁଳି ଚୋଟରେ କେହି ଆହତ ହୋଇଥିବା ଖବର ମିଳିନାହିଁ।

Comments are closed.