ପୁଣି ଅଶାନ୍ତ ମଣିପୁର

ଇମ୍ଫାଲ,୧୭।୧: ବୁଧବାର ସକାଳେ ମଣିପୁରର ମୋରେହ ଜିଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ବୋମା ଫିଙ୍ଗି ଏସବିଆଇ ମୋରେହ ନିକଟରେ ଥିବା ଏକ ସୁରକ୍ଷା ପୋଷ୍ଟରେ ଗୁଳି ଚଳାଇଥିଲେ।

ପୋଲିସ କହିଛି କି ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସୀମାବର୍ତ୍ତି ସହରରେ ସାଜ୍ୟ ସୁରକ୍ଷା ବାହୀନି ଦ୍ୱାରା ୨ ସନ୍ଦିଗ୍ଧଙ୍କୁ ଗିରଫ କରିବାର ୪୮ ଘଣ୍ଟା ପରେ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାର୍କମୀଙ୍କ ଶିବିର ଉପରକୁ ଗୁଳିମାଡ କରିଥିଲେ। ଏହାପୂର୍ବରୁ, ମଣିପୁର ସରକାର ଜାନୁଆରୀ ୧୬ ମଧ୍ୟରାତ୍ରିରୁ ତେଙ୍ଗନୋଉପଲରେ ଶାନ୍ତିର ଭଙ୍ଗ ହେବା, ସାର୍ବଜନିନ ସଦଭାବ ବିଗିଡିବା ତଥା ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ଘୋର ବିପଦ ଆଶଙ୍କା କରି ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଥିଲେ।

ଜିଲା ମାଜିଷ୍ଟ୍ରେଟ ତେଙ୍ଗନୁପାଲଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଅତ୍ୟାବଶ୍ୟକ ସେବା ସହ ଜଡିତ ସରକାରୀ ଏଜେନ୍ସିଗୁଡିକ ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ। ଏହି ସମୟରେ, ଏକ ରିପୋର୍ଟରେ କୁହାଯାଇଛି ଯେ ମଙ୍ଗଳବାର ରାତିରେ ଇମ୍ଫାଲ ପଶ୍ଚିମ ଜିଲାର କାଉଟ୍ରୁକ ଗ୍ରାମରେ ଗ୍ରାମ ସ୍ବେଚ୍ଛାସେବୀ ତଥା କୁକି ଉଗ୍ରବାଦୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ପହଞ୍ଚିବା ପରେ ଆକ୍ରମଣକାରୀମାନେ ଗୁଳି ଚଳାଇବା ବନ୍ଦ କରି ଦେଇଛନ୍ତି।

Comments are closed.