ପୁଣି ବନ୍ଦେ ଭାରତ ଟ୍ରେନକୁ ଟେକ ମାଡ

ଉତ୍ତରପ୍ରଦେଶ: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼ । ଉତ୍ତରପ୍ରଦେଶ ଅନ୍ତର୍ଗତ ବାରବଙ୍କୀଠାରେ ଗତକାଲି ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ କୋଚର ଝରକା କାଚ ଭାଙ୍ଗିଯାଇଥିବା ‘ରେଲୱ ପ୍ରୋଟେକସନ ଫୋର୍ସ’ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ବନ୍ଦେ ଭାରତ ଟ୍ରେନଟି ବାରବଙ୍କୀର ସଫେଦାବାଦ ଷ୍ଟେସନ ନିକଟରେ ପହଁଞ୍ଚିଥିବା ବେଳେ ସେଠାରେ ଟ୍ରେନ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ । ଫଳରେ ଟ୍ରେନଟି ପୂର୍ବାହ୍ନ ୧୦:୪୦ ମିନିଟରେ ଲକ୍ଷ୍ନୌରେ ପହଁଞ୍ଚିଥିଲା । ଏନେଇ ‘ରେଲୱ ପ୍ରୋଟେକସନ ଫୋର୍ସ’ ‘ଏସକର୍ଟ ଟିମ୍’ ଓ ‘କଣ୍ଟ୍ରୋଲ ରୁମ’କୁ ୧୧:୪୦ ମିନିଟରେ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ, ଆରିପିଏଫ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚିଥିଲେ । କିନ୍ତୁ ସେଠାରେ ସେ କୌଣସି ଦୁର୍ବୃତ୍ତମାନଙ୍କୁ ପାଇ ନଥିଲେ ।

Comments are closed.