ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଏହି ମାମଲାର ଶୁଣାଣିକୁ ତୁଷାର ମେହେଟ୍ଟା ବିରୋଧ କରିଥିବା ବେଳେ ତାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। କ’ଣ ଓ କିପରି ଶୁଣାଣି କରିବୁ, ତାହା ଆମକୁ ଶିଖାଅ ନାହିଁ ବୋଲି ସିଧା ସିଧା କହିଛନ୍ତି ସୁପ୍ରିମ କୋର୍ଟ।

ସମଲଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନିମନ୍ତେ ୨୦ଟି ଆବେଦନ ହୋଇଥିବା ବେଳେ ଆଜି ଏହା ଉପରେ ଶୁଣାଣି ଜାରି ରହିଛି। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ୍‌ ନରସିଂହ୍ନାଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ କୁ ଆଇନଗତ ମାନ୍ୟତା ଦେବା ସପକ୍ଷରେ ନ ଥିବା ବେଳେ କେନ୍ଦ୍ର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ତୀବ୍ର ବିରୋଧ କରିଛନ୍ତି। ଆଜିର ଶୁଣାଣି ବେଳେ ସେ କହିଛନ୍ତି ଯେ, ଏହି ମାମଲାର ଶୁଣାଣିକୁ ନେଇ ଆମର ପ୍ରଥମ ଆପତ୍ତି ରହିଛି। କାରଣ ଏହା ସଂସଦ ଅଧିକାରର ବିଷୟ ।

ଏହି ମାମଲାର ଶୁଣାଣି କରିବାକୁ ୨୦ଟି ଆବେଦନ ହୋଇଥିବା ବେଳେ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ସଲିସିଟର ଜେନେରାଲ । ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରି ପାରିବେନି, ଏଥିପାଇଁ ସଂସଦ ହିଁ ଉପଯୁକ୍ତ ଫୋରମ୍‌ ବୋଲି ସେ ସଫା ସଫା କହିଛନ୍ତି।

Comments are closed.