ପୁଣି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଏମିତି
ସୁରତ:ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ, ଏହା ଗୁଜରାଟ ଓ ସମଗ୍ର ଦେଶକୁ ନଷ୍ଟ କରିଦେଇଥିଲା। କଂଗ୍ରେସ ହେଉଛି ପ୍ରିୟାପ୍ରୀତି-ତୋଷଣ, ଜାତିବାଦ, ପରିବାରବାଦ, ସାମ୍ପ୍ରଦାୟିକତାବାଦ ଓ ଭୋଟବ୍ୟାଙ୍କ ରାଜନୀତିର ଆଦର୍ଶ। ମୋଦୀ ବିଜେପିର ସଫଳତା ବିଷୟରେ ଉଲ୍ଲେଖ କରି କହିଲେ ଯେ, ଗତ ୨୦ ବର୍ଷ ଭିତରେ ଗୁଜରାଟରେ ଅନେକ ପରିବର୍ତ୍ତନ ଘଟିଛି।
ଫଳରେ କଂଗ୍ରେସ ଶାସନ ଅମଳରେ ଏ ରାଜ୍ୟରେ କ’ଣସବୁ ଅଭାବ ଥିଲା, ସେ ବିଷୟରେ ଆଜିର ପିଢ଼ି କିଛି ଜାଣିନାହାନ୍ତି। ସୂଚନାଯୋଗ୍ୟ ଆସନ୍ତା ଡିସେମ୍ବର ୧ ଓ ୫ରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୮ରେ ଗଣତି ହୋଇ ଫଳ ଘୋଷଣା ହେବ।
Comments are closed.