ପୁଣି ଜେଲରୁ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ:ପୁଣି ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ବାହାରୁ ମଗା ଯାଇଥିବା ବିଭିନ୍ନ ସୁଆଦିଆ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଜେଲ୍ ବାହାରୁ ଏକାଧିକ ପ୍ୟାକେଟ୍ରେ ବିଭିନ୍ନ ପ୍ରକାରର ଖାଦ୍ୟ ଅଣାଯାଇଛି। ଯାହାକୁ ଖାଉଛନ୍ତି ସତ୍ୟେନ୍ଦ୍ର। ତା’ସହ ବିଭିନ୍ନ ଫଳ ଓ ଡ୍ରାଏ ଫୁଟସ୍ ବି ତାଙ୍କ ପାଖରେ ପହଞ୍ଚା ଯାଇଛି। ଏସବୁକୁ ଜେଲ୍ ଭିତରେ ବେଶ୍ ଆରମରେ ତାଙ୍କ ପାଖରେ ପହଞ୍ଚା ଯାଉଛି।
ପୂର୍ବରୁ ମାଲିସ୍ ଭିଡିଓ ଭାଇରାଲ୍ ହେବା ପରେ ସତ୍ୟେନ୍ଦ୍ରଙ୍କ ଓକିଲ ଏନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଜେଲ୍ରେ ସତ୍ୟେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିବା ସହ ଓଜନ ୮ କିଲୋ ବଢ଼ିଥିବା ତିହାର ଜେଲ୍ କତ୍ତୃପକ୍ଷ କହିଛନ୍ତି
Comments are closed.