ପୁଣି ଅଜଣା ଜନ୍ତୁ ଆକ୍ରମଣରେ ଛେଳି ମୃତ

ନୟାଗଡ଼ : ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନୀଳପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତ କିଛି ଦିନ ତଳେ ଏକ ଅଜଣା ଜନ୍ତୁର ଆକ୍ରମଣରେ ଉକ୍ତ ଗ୍ରାମର ସେକ ମଜିଦଙ୍କର 6ଟି ଛେଳି ମରିଥିବା ବେଳେ ପୁଣି ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁର ଆକ୍ରମଣ ରେ 8ଟି ଛେଳିଙ୍କର ମୃତ୍ୟୁ ବରଣ କରିଥିବା ବେଳେ 4ଟି ଛେଳି ଗୁରୁତର ହୋଇଛନ୍ତି ।

ତେବେ ଛେଳି ଗୁଡିକ କିପରି ଏବଂ କିଏ ମାରୁଛି ତାହା ସ୍ପଷ୍ଟ ଜଣା ପଡ଼ିନଥିବା ବେଲେ ପାଖରେ ଜଙ୍ଗଲ ଥିବାରୁ କୌଣସି ହିଂସ୍ରଜନ୍ତୁ କିମ୍ବା କଲରାପତରିଆ ବାଘ ମାରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସନ୍ଧ୍ୟା ହେଲେ ଗାଁ ରେ ତାଟି କବାଟ ପଡୁଥିବା ବେଳେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଦିଗରେ ସ୍ଥାନୀୟ ପ୍ରଶାସନ ବିଫଳ ହୋଇଥିବା ବେଳେ ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସ୍ଥାନୀୟ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।

Comments are closed.