ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ମିଡିଆ ପରିଚୟପତ୍ର ଦେଖାଇ ସୁରକ୍ଷାପଥରୁ ଖସି ଯାଇଥିଲେ ଦୁର୍ବୃତ୍ତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ କରାଯାଇଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ପ୍ରଚାର କରୁଛନ୍ତି। ଏହି ସମୟ ମଧ୍ୟରେ ତୃତୀୟ ଥର ପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଯଦିଓ ସେ ନିରାପଦରେ ଅଛନ୍ତି। ଏଥର ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁର୍ବୃତ୍ତ ଟ୍ରମ୍ପଙ୍କ ରାଲିର ସ୍ଥାନଠାରୁ କିଛି ଦୂରରେ ଧରାପଡ଼ିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ଏହାପୂର୍ବରୁ ଜୁଲାଇ ୧୩ରେ ମାଥ୍ୟୁ କ୍ରୁକ୍ସ ପେନ୍‌ସିଲଭାନିଆର ବଟଲର ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରୁଥିବା ବେଳେ ରିୟାନ ଓ୍ବେସଲି ରାଓ୍ବଥ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ତୃତୀୟ ଥର ପାଇଁ ଟ୍ରମ୍ପଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଓ୍ବେମ ମିଲର। ଯେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରୁଥିଲେ, ସେହି ସ୍ଥାନଠାରୁ କିଛି ଦୂରରେ ସୁରକ୍ଷାକର୍ମୀମାନେ ମିଲରଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ଗୁଳି ଓ ପ୍ରେସ୍‌ର ଏକ ନକଲି ପରିଚୟପତ୍ର ଜବତ କରାଯାଇଛି। ଟ୍ରମ୍ପଙ୍କ ରାଲି ପାଇଁ ତାଙ୍କର ଏକ ପାସ୍‌ ମଧ୍ୟ ଥିଲା। ପୋଲିସ ଦେଇଥିବା ସୂଚନା ଅନୁଯାୟୀ ମିଲର ଲସଭେଗାସର ବାସିନ୍ଦା।

ରିଭରସାଇଡ୍‌ କାଉଣ୍ଟି ଶେରିଫ ଚାଡ୍‌ ବିୟାନକୋଙ୍କ ଅନୁଯାୟୀ, କାଲିଫର୍ନିଆର କୋଚେଲା ଭ୍ୟାଲିରେ ପୋଲିସ ଟ୍ରମ୍ପଙ୍କ ଉପରେ ହୋଇଥିବା ରାଲିରେ ଆଉ ଏକ ହତ୍ୟା ଉଦ୍ୟମକୁ ରୋକିଛି।

ଲସଭେଗାସ୍‌ର ୪୯ ବର୍ଷୀୟ ଭେମ ମିଲର୍‌ ନାମକ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରାଲି ସାଇଡଠାରୁ ପ୍ରାୟ ଦେଢ଼ ମାଇଲ ଦୂରରେ ଏକ କଳା ଏସ୍‌ୟୁଭିରେ ରିଭରସାଇଡ କାଉଣ୍ଟି ଡେପୁଟି ଅଟକାଇଥିଲା। ମିଲର ମିଥ୍ୟା ଭିଆଇପି ଏବଂ ମିଡିଆ ପରିଚୟପତ୍ର ଦେଖାଇ ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ ପଏଣ୍ଟ ଦେଇ ଯାଇଥିବାର ଜଣାଯାଇଛି।

Comments are closed.