ପୁଣି ସଞ୍ଜୟ ରାଉତଙ୍କ ନାଁ ରେ ମାମଲା

ନୂଆଦିଲ୍ଲୀ :ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ନାଁରେ ଗୋଟିଏ ଏନସି କେସ୍‌ ରୁଜୁ କରିଛି ଥାନେ ପୁଲିସ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଅପମାନସୂଚକ ବୟାନ ଦେଇଥିବାରୁ ପୁଲିସ୍‌ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଥମେ ଥାନେ ପୌରପାଳିକାର ପୂର୍ବତନ ମେୟର ମୀନାକ୍ଷୀ ସିନ୍ଦେ ପୁଲିସ୍‌ ନିକଟକୁ ଯାଇ ଶ୍ରୀ ରାଉତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମୀନାକ୍ଷୀ ତେମ୍ବି ନାକା ଠାରେ ଥିବା ଆନନ୍ଦ ଆଶ୍ରମରେ ରହିଥିଲେ। ସେ ନ୍ୟୁଜ ଚ୍ୟାନେଲ ଦେଖୁଥିବା ବେଳେ ସଞ୍ଜୟ ରାଉତଙ୍କ ଗୋଟିଏ ପ୍ରତିକ୍ରିୟା ପ୍ରସାରଣ କରାଯାଇଥିଲା।

ନିଜର ପ୍ରତିକ୍ରିୟାରେ ଶ୍ରୀ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବିରୋଧରେ ଅତ୍ୟନ୍ତ ଅସଭ୍ୟ ଓ ଅପମାନସୂଚକ ଭାଷା ପ୍ରୟୋଗ କରିଥିଲେ। ଏହା ସିନ୍ଦେଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛି। ଏଥିପାଇଁ ସେ ଥାନେ ନଗର ପୁଲିସ୍‌ ଷ୍ଟେସନକୁ ଯାଇଥିଲେ ଓ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଶ୍ରୀ ରାଉତଙ୍କ ନାଁରେ ଆଇପିସିର ଧାରା ୫୦୦(ସମ୍ମାନହାନୀ) ଅନୁଯାୟୀ ମାମଲା ରୁଜୁ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Comments are closed.