ପୁଣି ମେଣ୍ଟ ଉପରେ ବର୍ଷିଲେ ଶାହା

କଂଗ୍ରେସ ସାଂସଦଙ୍କ ଠାରୁ ଏତେ ପରିମାଣରେ ଟଙ୍କା ଜବତ ହେବା ଘଟଣାକୁ ନେଇ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଛି । କଂଗ୍ରେସ ଘଟଣାକୁ ନେଇ ଚୁପ୍ ରହିବା ସ୍ୱାଭବିକ କିନ୍ତୁ ଇଣ୍ଡିଆ ମେଣ୍ଟରେ ଥିବା ଅନ୍ୟ ଦଳମାନେ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶାହା ।

ତଦନ୍ତକାରୀ ସଂସ୍ଥା ଚଢାଉ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଥିଲେ । ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା କହୁଥିଲେ । କାରଣ ସେମାନେ ଭୟଭୀତ ଥିଲେ ବୋଲି କହିଛନ୍ତିି ଗୃହମନ୍ତ୍ରୀ ।

Comments are closed.