ପୁଣି ରୁଷିଆର ବର୍ବରତା, ୟୁକ୍ରେନରେ ୧୩ ମୃତ

କ୍ୱିଭ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ପାଇଁ ଶହେ କୋଟି ଡଲାର ସହାୟତା ଘୋଷଣା କରିବା ପରେ ରୁଷିଆ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ରୁଷିଆ ୟୁକ୍ରେନ୍‌ର ନିପ୍ରୋପ୍ରେଟିକ୍ସରେ ବୋମା ମାଡ଼ କରିଛି।

 

ମଧ୍ୟ ୟୁକ୍ରେନ୍‌ରେ ଅବସ୍ଥିତ ଏହି ଏୟାର ଷ୍ଟ୍ରାଇକ୍‌ରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ନ୍ୟୁଜ୍‌ ଏଜେନ୍ସି ଏଏଏଫପି ଅନୁସାରେ କ୍ଷେତ୍ରୀୟ ଗଭର୍ନର ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

Comments are closed.