ପୁଣି ଉତ୍ତର କୋରିଆର ଯୁଦ୍ଧ ଖୋର ମନୋଭାବ

ସିଓଲ୍‌: ସେନାର ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କରି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅଧିକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ଏବଂ ସମରାଭ୍ୟାସ ବ୍ୟାପକ କରିବା ଲାଗି ସେନାକୁ ଆହ୍ବାନ ଦେଇଥିବା କଥା ଗୁରୁବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।

ଉତ୍ତର କୋରିଆର ଶତ୍ରୁମାନଙ୍କୁ ପ୍ରତିହତ କରିବା ପାଇଁ ପ୍ରତିଆକ୍ରମଣ ଯୋଜନା ବିଷୟରେ ଆଲୋଚନା କରୁଥିବା ‘ସେଣ୍ଟ୍ରାଲ୍‌ ମିଲ୍‌ଟାରି କମିସନ୍‌’ର ଏକ ବୈଠକରେ କିମ୍‌ ଉପରୋକ୍ତ ବିବୃତି ଦେଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଶୀର୍ଷସ୍ତରୀୟ ଜେନେରାଲ୍‌ ‘ଚିଫ୍‌ ଅଫ୍‌ ଦି ଜେନେରାଲ୍‌ ଷ୍ଟାଫ୍‌’ ପାକ୍‌ ସୁ ଇଲ୍‌ଙ୍କ ସ୍ଥାନରେ ଜେନେରାଲ୍‌ ରି ୟଙ୍ଗ୍‌ ଗିଲ୍‌ଙ୍କୁ ନିଯୁକ୍ତ କରାଯାଇଛି। କିନ୍ତୁ, ଏ ବିଷୟରେ ଆଉ ଅଧିକ କିଛି ସୂଚନା ଦିଆଯାଇନାହିଁ। ପ୍ରତିରକ୍ଷା ମନ୍ତ୍ରାଳୟ ରି’ଙ୍କ ହାତରେ ରହିବ କି, ନାହିଁ ତାହା ମଧ୍ୟ ଅସ୍ପଷ୍ଟ।

Comments are closed.