ପୁଣି ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ରଲେ ଖଲିସ୍ତାନୀ

ସିଡନୀ: ଅଷ୍ଟ୍ରେଲିଆରେ ଥିବା ହିନ୍ଦୁ ମନ୍ଦିରଗୁଡିକ ଉପରେ ଆକ୍ରମଣ ହ୍ରାସ ହେବାର ନାମ ନେଉନାହିଁ। ପୁଣି ଥରେ ଏଠାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ବଡ କଥା ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଖଲିସ୍ତାନୀ ସମର୍ଥକମାନେ ସିଡନୀର ରୋଜହିଲ ଅଞ୍ଚଳରେ ଥିବା ସ୍ୱାମୀ ନାରାୟଣ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏହା ସହିତ ମନ୍ଦିରର କାନ୍ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧ ସହ ଖଲିସ୍ତାନ ଜିନ୍ଦାବାଦ ନାରା ଲେଖାଯାଇଛି | ରିପୋର୍ଟ ଅନୁଯାୟୀ ମନ୍ଦିର କର୍ତ୍ତୃପକ୍ଷ ପ୍ରଥମେ ଫାଟକରେ ଖଲିସ୍ତାନୀ ପତାକା ଦେଖିବାକୁ ପାଇଥିଲେ | ଏହାପରେ ମନ୍ଦିରରେ ଭଙ୍ଗାରୁଜା ହୋଇଥିବାର ଦେଖିବାକୁ ମିଳିଥିଲା |

ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିଷୟରେ ମନ୍ଦିର କର୍ତ୍ତୃପକ୍ଷ ନ୍ୟୁ ସାଉଥ ୱେଲ୍ସ (ଏନଏସଡବ୍ଲୁ) ପୁଲିସକୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପୁଲିସ ଅଧିକାରୀମାନେ ମନ୍ଦିର ପରିଦର୍ଶନ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୩ରେ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛନ୍ତି। ଏହାପୂର୍ବରୁ ଜାନୁଆରୀ ମାସରେ ମେଲବର୍ଣ୍ଣର ତିନୋଟି ହିନ୍ଦୁ ମନ୍ଦିରକୁ ଖଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଥିଲେ। ଏହା ପରେ ମନ୍ଦିର କାନ୍ଥରେ ଭାରତ ବିରୋଧୀ ନାରା ଲେଖାଯିବା ସହ ପୋଷ୍ଟର ଲଗାଯାଇଥିଲା। ପରେ, ମନ୍ଦିରର ପୁରୋହିତମାନଙ୍କୁ ଖଲିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେବା ପାଇଁ ଧମକ ଦିଆଯାଇଥିଲା।

Comments are closed.