ପୁଣି ୨୩ରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ଗତକାଲି ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳକର ସକ୍ରିୟ ରହିଛି । ଏହା ଆଗାମୀ ୨ ରୁ୩ ଦିନ ଭିତରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମଧ୍ୟଦେଇ ଗତି କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ଅଧିକାଂଶ ସ୍ଥାନକର ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି ।

ଏହାର ପ୍ରଭାବକୁ ସାମ୍ନା କରୁ କରୁ ପୁଣି ଆସୁଛି ଆଉ ଏକ ଲଢୁଚାପ । ଅଗଷ୍ଟ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ବା ଭାରତୀୟ ପାଣିପାଗ ବିଭାଗ । ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଶୁକ୍ରବାର ସୂଚନା ଦେଇ କହିଛନ୍ତି, ଏହାର ପ୍ରଭାବରେ ଅଗଷ୍ଟ ୨୩ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ପୁଣି ବୃଦ୍ଧି ପାଇପାରେ ।

Comments are closed.