ପୁଣି ଚାଇନା ଆମେରିକା ମୁହାଁମୁହିଁ

ବେଜିଂ: ଆମେରିକା ଓ ଚାଇନା ଦୁଇ ସୁପର ପାୱାର ମଧ୍ୟରେ ବିବାଦର ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଲାଣି। ଆମେରକା ଋଷିଆ ବିରୋଧରେ ସାମାରିକ ଆଲାଏନ୍ସ ନାଟୋ ଗଠନ କରିଛି। ଯଦି ଚାଇନା ବିରୋଧରେ ଏଭଳି କିଛି କରିବାକୁ ଚେଷ୍ଟା କରେ, ତେବେ ବିଶ୍ୱରେ ରକ୍ତର ନଦୀ ବୋହିବ ବୋଲି ଚାଇନା କହିଛି। ଚାଇନାର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟି ଆମେରକାକୁ ସତର୍କ କରାଇ କହିଛନ୍ତି ଯେ ସାମରିକ ମେଣ୍ଟର ଅନିୟନ୍ତ୍ରିତ ବିସ୍ତାରକୁ ବେଜିଂ ପ୍ରତ୍ୟାଖ୍ୟାନ କରିଛି।

ଚାଇନା ପକ୍ଷରୁ କୁହାଯାଇଛି କି, ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ନାଟୋ ଯଦି ଚାଇନା ବିରୋଧରେ ସାମରିକ ମେଣ୍ଟ ଗଠନ କରିବାକୁ ଚେଷ୍ଟା କରେ, ତେବେ ଏହା କେବଳ ରକ୍ତପାତର କାରଣ ହେବ।

ଡ୍ରାଗନ ସମଗ୍ର ଦକ୍ଷିଣ ଚାଇନା ସାଗର ଉପରେ ନିଜର ନିୟନ୍ତ୍ରଣ ଦାବି କରିଛି। ଚାଇନାର ବିସ୍ତାରବାଦୀ ନୀତି ଯୋଗୁଁ ସବୁ ପଡୋଶୀ ଦେଶ ଅସୁବିଧାରେ ପଡ଼ିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଦକ୍ଷିଣ ଚାଇନା ସାଗରରେ ଆମେରିକାର ସାମରିକ ଉପସ୍ଥିତି ବୃଦ୍ଧି ପାଇଛି। ଚାଇନାର ପ୍ରାଧାନ୍ୟକୁ ପ୍ରତିହତ କରିବା ପାଇଁ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରରେ ସାମରିକ ମେଣ୍ଟ ଗଠନ କରିବାକୁ ଚେଷ୍ଟା କରୁଛି।

Comments are closed.