ପୁଣି ଋଷ ଉପରେ ଗର୍ଜିଲା ଆମେରିକା ,ଜାଣନ୍ତୁ କାହିଁକି

ମିଳିତ ଜାତିସଂଘ:ଯୁଦ୍ଧ ଅନେକ ଦିନ ହୋଇଯାଇଥିଲେ ବି ୟାହାର କେବେ ଏହାର ସରିବାର ନା ଧରୁନୀ ଯାହାକି ଅନେକ ଦେଶର ଚିନ୍ତା ବଢିବାରେ ଲାଗିଛି । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଜି ଜାତିସଂଘ ମହାସଭାରେ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏଥିସହ ରୁଷ ସେନା ୟୁକ୍ରେନ ଉପରେ ନିଜର ଆକ୍ରମଣକୁ ମଧ୍ୟ ଜୋରଦାର କରିଛି।

ଏହାକୁ ନେଇ ବାଇଡେନ ଜାତିସଂଘର ମହାସଭାରେ ରୁଷ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ୟୁକ୍ରେନକୁ ନ୍ୟାୟ ଦେବା ସପକ୍ଷରେ ଓକିଲାତି କରିଛି। ସେ କହିଛନ୍ତି, “ମିଳିତ ଜାତିସଂଘ ଚାହୁଁଛି ଯୁଦ୍ଧ ଶେଷ ହେଉ। ଆମେରିକା ବି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ୁ ବୋଲି ଚାହୁଁଛି। କିନ୍ତୁ ଯୁଦ୍ଧ ଶେଷ ହେବା ପୂର୍ବରୁ ନ୍ୟାୟ ହେବା ଆବଶ୍ୟକ। ଆମେ ସମସ୍ତେ ୟୁକ୍ରେନକୁ ସମର୍ଥନ କରିବା ଉଚିତ୍। ଆମକୁ ଏମିତି ଏକ ପରିବେଶ ସୃଷ୍ଟି କରିବାକୁ ହେବ, ଯେଉଁଠି କେହି କାହାକୁ ନିଜର ଶତ୍ରୁ ଭାବେ ବିବେଚନା କରିବେ ନାହିଁ।”

ବାଇଡେନ ଆହୁରି କହିଛନ୍ତି, ୟୁକ୍ରେନ ଉପରେ ହମଲା କରି ରୁଷ ଜାତିସଂଘର ଚାର୍ଟର ବା ନିୟମକୁ ଉଲ୍ଲଙ୍ଘନ କରିଛି। ରୁଷ ଅତ୍ୟନ୍ତ ଲଜ୍ଜାଜନକ ଭାବେ ନିୟମ ଉଲ୍ଲଙ୍ଘନ କରି ଅନାବଶ୍ୟକ ଯୁଦ୍ଧ ଚଳାଇଛି। ରୁଷ ସୈନ୍ୟମାନେ ୟୁକ୍ରେନରେ ଥିବା ସ୍କୁଲ, ସାଧାରଣ ଲୋକ ଘର, ହସ୍ପିଟାଲ ଓ ଐତିହ୍ୟକୁ ଧ୍ୱଂସ କରିଦେଇଛନ୍ତି।

Comments are closed.