ପୁଣି ୪ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ଡେରା କି ଗଲି ଦେଇ ଗୁରୁବାର ଅପରାହ୍ନରେ ସୈନ୍ୟବାହିନୀର ଦୁଇଟି ଟ୍ରକ୍‌ ଯାଉଥିବାବେଳେ ଆତଙ୍କବାଦୀମାନେ ଏହା ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ବେଳେ ୪ ଯବାନ ଶହୀଦ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

ଗୋଇନ୍ଦା ସୂଚନାକୁ ଆଧାର କରି ବୁଧବାର ରାତିରୁ ସୈନ୍ୟମାନେ ଡେରା କି ଗଲି ଓ ଏହାର ଆଖପାଖ ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିଲେ। ଗତ ମାସରେ ରାଜୌରୀର କାଲାକୋଟ୍‌ ଅଞ୍ଚଳରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ୨ ଜଣ କ୍ୟାପ୍‌ଟେନ୍‌ଙ୍କ ସମେତ ୫ ଯବାନ ଶହୀଦ ହୋଇଥିଲେ। ଉକ୍ତ ଅଞ୍ଚଳ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ହୋଇଥିବାବେଳେ କିଛିବର୍ଷ ହେଲା ସେନାକୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି। ଗତ ଏପ୍ରିଲ ଓ ମେ’ ମାସରେ ରାଜୌରୀ-ପୁଞ୍ଚ୍‌ ଅଞ୍ଚଳରେ ଡ୍ୟୁଟିରେ ଥିବା ୧୦ ଯବାନ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ।

Comments are closed.