କେନାଲରେ ପଡି ସମ୍ବର ର ଭାଙ୍ଗିଲା ଗୋଡ଼ !!

ଆଠମଲ୍ଲିକ(ଶ୍ଵେତ ରଥ)- ସୋରିଷପଙ୍କ କେନାଲ ରୁ ସମ୍ବର ଉଦ୍ଧାର | ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତ ସୋରିଷପଙ୍କ କେନାଲକୁ ପାଣି ପିଇବାକୁ ଆସିଥିବା ଏକ ସମ୍ବର କେନାଲକୁ ଖସି ପଡିଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ ସମ୍ବରକୁ ଉଦ୍ଧାର କରି ଘଞ୍ଚ ଜଙ୍ଗଲରେ ଛାଡି ଦେଇଥିବା ବେଳେ ସମ୍ବରଟି ପୁଣି କୁଦଗାଁ ପଂଚାୟତ ବିଜପୁରର ଖେସରପଡା ନାଳ ପାଖକୁ ଚାଲି ଆସିଥିଲା । ରେଞ୍ଜର ସନ୍ତୋଷ କୁମାର ଭୋଇ, ଫରେଷ୍ଟର ବାବୁଲି ପ୍ରଧାନ, ଫରେଷ୍ଟ ଗାର୍ଡ ପି ପ୍ରୀତିଶ ରଞ୍ଜନ ପ୍ରଧାନ ଓ ବନ ଜଗୁଆଳି କର୍ମୀ ମାନଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଆହତ ହୋଇଥିବା ସମ୍ବରର ଗୋଡ଼ ଭାଙ୍ଗି ଯାଇଛି ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ରେଞ୍ଜର କହିଛନ୍ତି । ଅପରପଟେ ସମ୍ବରକୁ ନିଜ ହେପାଜତରେ ବନବିଭାଗ ରଖିଥିବା ଜଣାପଡିଛି |

Comments are closed.