ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି। ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଅମିତାଭ ବଚ୍ଚନ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ବିଗ ବି ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅମିତାଭ ବଚ୍ଚନଙ୍କୁ ଭେଟିବା ପାଇଁ ବିଗ ବିଙ୍କ ଘର ବାହାରେ ପ୍ରଶଂସକଙ୍କ ସମାବେଶ ହୋଇଛ। ଅମିତାଭ ବଚ୍ଚନ ମଧ୍ୟ ପ୍ରତି ରବିବାର ତାଙ୍କ ଘର ଜଲସା ବାହାରେ ପ୍ରଶଂସକଙ୍କୁ ଭେଟିଥାନ୍ତି। ଗତକାଲି ଅମିତାଭ ବଚ୍ଚନ ତାଙ୍କ ଏକ୍ସ ଆକାଉଣ୍ଟରେ ପ୍ରଶଂସକଙ୍କୁ ଭେଟିବାର ଏହି ଫଟୋ ଶେୟାର କରି ଧନ୍ୟବାଦ୍‌ ଜଣାଇଛନ୍ତି।

Comments are closed.