ଅଯୋଧ୍ୟାରେ ଜମି କିନିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ ସେଲିବ୍ରିଟିମାନେ ଅଂଶଗ୍ରହଣ କରିବେ । କ୍ରୀଡା, ରାଜନୀତି ଏବଂ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବଡ ବ୍ୟକ୍ତିତ୍ୱ ଏଥିରେ ଅଂଶଗ୍ରହଣ କରିବେ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ ବି ଅଯୋଧ୍ୟାରେ ଏକ ପ୍ଲଟ କିଣିଛନ୍ତି ବୋଲି କୁହାଯାଉଛି। ସେ ଏହି ପ୍ଲଟକୁ ମୁମ୍ବାଇର ଏକ ଡେଭଲପର୍‌ କମ୍ପାନୀ ‘ଦ ହାଉସ ଅଫ ଅଭିନନ୍ଦନ ଲୋଡା’ ମାଧ୍ୟମରେ କିଣିଛନ୍ତି।

ଅମିତାଭ ବଚ୍ଚନଙ୍କ ଏହି ପ୍ଲଟ ଏକ ୭ଷ୍ଟାର ମଲ୍ଟି ପରପସ ଏନକ୍ଲେଭରେ – ଦ ସରୟୁରେ ଅଛି। ଡେଭଲପର କମ୍ପାନୀ ଏହାର ଅଧିକ ତଥ୍ୟ ପ୍ରକାଶ କରିନାହିଁ। ତେବେ କମ୍ପାନୀ ସହ ଜଡିତ ଉତ୍ସଗୁଡିକ ଏହାର ମୂଲ୍ୟ ଏବଂ ପ୍ଲଟର ଆକାର ପ୍ରକାଶ କରିଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଏହି ପ୍ଲଟର ମୂଲ୍ୟ ୧୪.୫ କୋଟି ଟଙ୍କା ହୋଇଥିବାବେଳେ ଏହାର ଆକାର ୧୦ ହଜାର ବର୍ଗଫୁଟ ବୋଲି ସୂତ୍ରରୁ ପ୍ରକାଶ।

ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ କିଛି ଦୂରରେ ନୁହେଁ। ବିଗ ବି ହେଉଛନ୍ତି ପ୍ରୟାଗରାଜ ବାସିନ୍ଦା। ପ୍ରୟାଗରାଜରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ୫ଘଣ୍ଟାରୁ କମ ଅଟେ। ଠିକାଦାର କମ୍ପାନୀ ଅମିତାଭ ବଚ୍ଚନଙ୍କ ପ୍ଲଟ କ୍ରୟକୁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛି। କମ୍ପାନୀ ସଭାପତି ଅଭିନନ୍ଦନ ଲୋଡା କହିଛନ୍ତି ଯେ ସେ ବିଗ ବିଙ୍କୁ ସରୟୁର ପ୍ରଥମ ଗ୍ରାହକ ଭାବରେ ସ୍ବାଗତ କରୁଛନ୍ତି ଏବଂ ଏହାକୁ ନେଇ ଉତ୍ସାହିତ ଅଛନ୍ତି।

Comments are closed.