ଭାଷଣରେ ଓଡିଶା ବିଷୟରେ ଏମିତି କହିଲେ ଅମିତ ଶାହ
ଭୁବନେଶ୍ୱର : କଟକ ଇନଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ହୋଇଥିବା ସଭାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ‘ଜୟ ଜଗନ୍ନାଥ’ କହି ସେ ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ ଭାଷଣରେ କହିଛନ୍ତି ଯେ ଉକôଳ ଭୂମିରେ ପାଦ ରଖିଲେ ମନରେ ଭକ୍ତିଭାବ ଆସେ । ଯେବେବି ମୁଁ ଓଡିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଆଜି ସମସ୍ତ ଓଡିଶାବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାଟିର ଦ୍ରୌପଦୀ ମୂର୍ମୁ ଆଜି ମହାମହିମ ପାଲଟିଛନ୍ତି । ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ବହୁ ଗୌରବର କଥା । ଅନେକ ଓଡିଆଙ୍କୁ କେନ୍ଦ୍ରରେ ପ୍ରତିନିଧିତ୍ୱର ସୁଯୋଗ ମିଳିଛି । ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ହୋଇଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ଓଡିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ପୂରା ଓଡିଶା ଖଣିଜ ସମ୍ପଦରେ ଭରପୁର ରହିଛି । ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ସେ ଦେଖିପାରୁଛନ୍ତି ବୋଲି କହିଛନ୍ତି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶାରେ ପହଂଚିବା ପରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ଶାହ ସକାଳେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରିବା ସହ ଜଳାଭିଷେକ କରିଥିଲେ । ଏହାପରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରେ ଜଳପାନ କରିବା ପରେ ସେ ନେତାଜୀଙ୍କ ଜନ୍ମମାଟି କଟକର ଓଡ଼ିଆ ବଜାରସ୍ଥିତ ମୁ୍ୟଜିୟମକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ୱରରୁ କଟକ ସଡ଼କ ପଥରେ ଯାଇଥିଲେ । ଏଥିପାଇଁ ଦୁଇ ସହରରେ ଏବଂ ଜାତୀୟ ରାଜପଥ-୧୬ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ।
Comments are closed.