ପୁଣି ଏକ ନମ୍ବର ତାଲିକାରେ ଅମ୍ବାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁଯାୟୀ ଗତବର୍ଷ ତୁଳନାରେ ଅମ୍ବାନୀଙ୍କ ସମ୍ପତ୍ତି ୨ ପ୍ରତିଶତ ବୃଦ୍ଧି ପାଇ ୮,୦୮,୭୦୦ କୋଟି ଟଙ୍କାରେ ପହଞ୍ଚତ୍ଛି। ୨୦୧୪ରେ ତାଙ୍କର ସମ୍ପତ୍ତି ପରିମାଣ ୧,୬୫,୧୦୦ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଆଦାନୀଙ୍କ ସମ୍ପତ୍ତି ଗତବର୍ଷ ତୁଳନାରେ ୫୭ ପ୍ରତିଶତ ହ୍ରାସ ପାଇ ୪,୭୪,୮୦୦ କୋଟିରେ ପହଞ୍ଚତ୍ଛି। ତାଲିକାର ତୃତୀୟ ସ୍ଥାନରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ପ୍ରମୋଟର ପୁଣେର ସାଇରସ୍‌ ଏସ୍‌. ପୁନାଓ୍ବାଲା ଓ ପରିବାର ରହିଛନ୍ତି। ସେମାନଙ୍କର ସମ୍ପତ୍ତି ପରିମାଣ ଗତବର୍ଷ ତୁଳନାରେ ୩୬ ପ୍ରତିଶତ ବୃଦ୍ଧି ପାଇ ୨,୭୮,୫୦୦ କୋଟି ଟଙ୍କାରେ ପହଞ୍ଚତ୍ଛି। ୨,୨୮,୯୦୦ କୋଟି ଟଙ୍କାର ସମ୍ପତ୍ତି ସହ ଶିବ ନାଦାର ଚତୁର୍ଥ ସ୍ଥାନରେ ରହିଥିବାବେଳେ ଲଣ୍ଡନରେ ରହୁଥିବା ଗୋପିଚାନ୍ଦ ହିନ୍ଦୁଜା (୧,୭୬,୫୦୦ କୋଟି ଟଙ୍କା) ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ଅଛନ୍ତି ସନ୍‌ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଦିଲୀପ ଶାଙ୍ଘ୍‌ଭି (୧,୬୪,୩୦୦ କୋଟି ଟଙ୍କା)।

Comments are closed.