ଅମ୍ବାନୀ ପରିବାରକୁ ପୁଣି ଧମକ

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ଧମକ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନ୍‌କୁ ଫୋନ୍‌ କରି ଧମକ ଦେବା ସହ କିଛି ଘଣ୍ଟା ମଧ୍ୟରେ ବଡ ଦୁର୍ଘଟଣା ଘଟିବ ବୋଲି ଦାବି କରିଛି। ଖବର ପାଇବା ପରେ ପୁଲିସ ସଜାଗ ହୋଇପଡିଛି। ପୂରା ମାମଲାର ଯାଞ୍ଚ ଆରମ୍ଭ କରିଛି ପୁଲିଛି।

କେହି ଜଣେ ଅଜଣା ବ୍ୟକ୍ତି ଆଜି ସକାଳ ସାଢ଼େ ୧୦ଟାରେ ରିଲାଏନ୍ସର ହରକିଶନଦାସ ହସ୍ପିଟାଲକୁ ଫୋନ୍‌ କଲ୍‌ କରିଥିଲା। ୮ଥର ବାରମ୍ବାର କଲ୍‌ କରି ଏହି ବ୍ୟକ୍ତି ଜଣକ ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦେଇଛି। ତିନି ଘଣ୍ଟା ଭିତରେ ବଡ ଧରରଣ ଅଘଟଣ ଘଟାଇବ ବୋଲି ବ୍ୟକ୍ତି ଜଣକ ନିଜ ଧମକରେ ଦାବି କରିଛି। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ। ମାମଲା ରୁଜୁ କରି ପୁଲିସ ଫୋନ୍‌ ଆସିଥିବା ନମ୍ବରକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରୁଛି। ସେପଟେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି।

Comments are closed.